oom

ମହନୀ କ୍ରିଏସନ୍‌ ତରଫରୁ ନବୀନ କୁଅଁରଙ୍କୁ ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ମହନୀ କ୍ରିଏସନ୍‌ ତରଫରୁ କୋସଳାଞ୍ଚଳର ପରୁହାଁ ତିହାର ନୁଆଁଖାଇକୁ ଦୃଷ୍ଟିରେ ରଖି ଏକ ନୁଆଁଖାଇ ଆଞ୍ଚଳିକ ଗୀତ ଉନ୍ମୋଚନ କରାଯାଇଥିଲା ଏବଂ ଓଡିଶା ସଂଗୀତ ଏକାଡେମୀରୁ ଲୋକ ଗୀତ (ସଂଗୀତ)ରେ ପୁରସ୍କାରପ୍ରାପ୍ତ ନବୀନ କୁଅଁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ନୁଆଁଖାଇ ପରୁହାଁ ତିହାରକୁ ଆଖି ଆଗରେ ରଖି ମହନୀ କ୍ରିଏସନ୍‌ ଦ୍ୱାରା ପ୍ରସ୍ତୁତ ଏକ ନୁଆଁଖାଇ ଗୀତ “କୁରେ ପତର” ଯାହାର କଣ୍ଠ ଗୀତ, ସଂଗୀତ ଓ ନୃତ୍ୟ ବିନୟ ସୁନା, କ୍ୟାମେରାରେ ଅଏବର୍ତ୍ତ ନାଏକ, ସମ୍ପାଦନା ସୋମନାଥ ନାଏକ କରିଥିବା ବେଳେ ନିର୍ଦ୍ଦେଶନ ଭାର ନିଭେଇଛନ୍ତି ବିନୋଦ କୁମାର କାଲସାଏ ଓ ଏଥିରେ ମୁଖ୍ୟ ଭୁମିକାରେ ବିନୟ ଓ ପ୍ରିୟନ୍ସି ଅଭିନୟ କରିଛନ୍ତି । ଏହି ଉନ୍ମୋଚନ କାର୍ଯ୍ୟକ୍ରମ ବିନୋଦ କୁମାର କାଲସାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବିଭୁ କଲ୍ୟାଣ ଗଡତ୍ୟା ସଭାପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ନବୀନ କୁଅଁର, ସମ୍ମାନିତ ଅତିଥି ଦିଲିପ ଦିପ ଓ ବିନୟ ସୁନା ମଞ୍ଚାସୀନ ଥିବା ବେଳେ ଅଶୋକ ଦିପ, ଅର୍ଜୁନ ମୁଗ୍ରୀ, ସୁବଳ ମହାକୁର, ମନୋରଂଜନ ଭୋଇ, ଅଜୟ ନାଗ, ସାଗର କୁମ୍ଭାର, ତରଣୀସେନ ଧରୁଆ, ପ୍ରଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.