oom

ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ କରି କଂଗ୍ରେସ ଦଳ ତରଫରୁ ଧାରଣା ସହ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଠିକ୍ ସମୟରେ ସଠିକ ପରିମାଣର ବର୍ଷା ନ ହେବା ତଥା ଜଳସେଚନର ଘୋର ଅସୁବିଧା ଯୋଗୁଁ ଏହି ବର୍ଷ ଚାଷ ଭଲ ଭାବରେ ହୋଇ ପାରିନାହିଁ, ମାଟି ଫାଟି ଆଁ କଲାଣି, ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଚାଷ ଋଣ ବୋଝ ସହ କିପରି ବଞ୍ଚିବେ ସେଥିପାଇଁ ସରକାରଙ୍କ ସହାୟତା ଅପେକ୍ଷାରେ ବସି ରହିଛନ୍ତି । ଏହାକୁ ହୃଦୟଙ୍ଗମ କରି କୃଷକ ମାନଙ୍କ ସହ ଟିଟିଲାଗଡ଼ କଂଗ୍ରେସ ଦଳ ତରଫରୁ ବ୍ଲକ ସଭାପତି ବିକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରୁ ଏକ ର୍ୟାଲି କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସରକାରଙ୍କୁ ଯଥା ଶୀଘ୍ର ଟିଟିଲାଗଡ଼ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରି ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବୀ କରିଛନ୍ତି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ । ଏହି ଧାରଣାରେ ଡମ୍ବରୁ ଧର ଛତ୍ରିଆ, ବୀରେନ୍ଦ୍ର ବାଗ, ତୁଳସୀ ସାହୁ, ଦେବାନନ୍ଦ ସାହୁ, ଲିଙ୍ଗରାଜ ସୁନା, ବିଚିତ୍ର ବାଗ, ଗୁଣ ସାଗର ମାଝୀ, ସୁବ୍ରତ ବେହେରା, ଜୟସିଂହ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସହାୟକ ଜିଲ୍ଲାପାଳ ଡ଼. ଲଳିତ ବାଗଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.