oom

କୋଶଳୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଆମର୍‌ ନୂଆଁଖାଇ’ର ସୁଟିଙ୍ଗ୍‌ ଆରମ୍ଭ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ନୂଆଁଖାଇକୁ ନେଇ ବେଶ ଉତ୍ସ।ହିତ ସହରଠାରୁ ଗ୍ରାମାଞ୍ଚଳର ଲୋକେ ଯିଏ ଯେଉଁଠି ଥାଉ ନା କାହିଁକି ନିଜ ଭିଟାମାଟିକୁ ଏହି ନୂଆଁଖାଇ ନିମନ୍ତେ ଫେରିଥାଏ । ଗାଁ ଗାଁରେ ବେଶ ଲୋକଙ୍କ ମନରେ ଉତ୍ସ।ହ ଲାଗି ରହିଥିବା ବେଳେ ଭାଇ ଭାଇ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ନୂଆଁଖାଇରେ ପୁଣି ଥରେ ଭାଇ ଭାଇ ଏକ ହୋଇ ନିଜ ପରିବାର ଲୋକଙ୍କ ସହ ନୂଆ ଚୁଡାରେ ନୂଆଁଖାଇ ଥାଆନ୍ତି । ତେବେ ଏହି ଭାଇଚାର ପର୍ବ ନୂଆଁଖାଇକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଆମର ନୂଆଁଖାଇ’ର ସୁଟିଙ୍ଗ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବ୍ଳକ ସଭାନେତ୍ରୀ ଜୋଷ୍ଣ।ମୟୀ ନାଗ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରଥମେ ଗାଁର ଇଷ୍ଟ ଦେବୀ ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସୁଟିଙ୍ଗ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଶୁଭାରମ୍ଭ ହୋଇଥିବା ବେଳେ ମୁଖ୍ୟଭୂମିକାରେ ଉଦୟ ଶଙ୍କର ବାଗ, ସୁବିନ୍ଦ୍ର ନାଏକ, ପଲ୍ଲବୀ ପ୍ରିୟଦର୍ଶନୀ ନାଗ, ଉମାରାଣୀ ତାଣ୍ଡି, ସ୍ୱାଗତ କୁମାର ନାଏକ, ସୁମନ ବେହେରା, ନିରୁପମା ବର୍ଜି, ରୋହିତ ଭୋଇ, ସାନ ରଣା, ବିଷ୍ଣୁ ଭୋଇ, ମନଗହୀର, ବସୁଦେବ ଭୋଇ, ଅଜିତ ସାହୁ, ଦଳ ଭୋଇ ପ୍ରମୁଖ ଅଭିନୟ କରୁଥିବା ବେଳେ ଏହି କ୍ଷୁଦ୍ର ଚଳଚିତ୍ରକୁ କାହାଣୀ ଓ ନିର୍ଦ୍ଦେଶନା ଭାବରେ ଗୀତିକାର ହୀରାଧର ଗହୀର ଦାୟିତ୍ୱ ନିର୍ବାହ କରିଛନ୍ତି । କ୍ୟାମେରା ମ୍ୟାନ ଭାବେ ଦଳ ଗୋବିନ୍ଦ ଭୋଇ, ଜଗତ ଦାସ, ପୃଥୀରାଜ ବକୁଲ ଦାୟିତ୍ୱ ତୁଳାଇଛନ୍ତି । ଘୁନସର ଗାଁର ଘୁମୁରା ଦଳ ଚଳଚିତ୍ରରେ ସହଯୋଗ କରିଛନ୍ତି । ଏହି କ୍ଷୁଦ୍ର ଚଳଚିତ୍ର ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ୍‌ ଚେନାଲ୍‌ରେ ଉପଲବ୍ଧ ହେବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.