oom

ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଅନ୍ତୁ ରାଜ୍ୟ ସରକାର : ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଯାଦବ ଭବନରେ ଭାରତୀୟ ଜନତା ପାର୍ଟିର ଓବିସି ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଥିଲା । ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା କମିଶଙ୍କ ସୁପାରିଶ ଓଡିଶାରେ ଆଦୌ କାର୍ଯ୍ୟକାରୀ ହେଉ ନାହିଁ । ଦେଶର ଅଧିକାଂଶ ରାଜ୍ୟ ସମ୍ବିଧାନ ଅନୁଚ୍ଛେଦ-୯ ବଳରେ ୫୦% ସଂରକ୍ଷଣ ସିଲିଂ ବ୍ୟବସ୍ଥାକୁ ଅତିକ୍ରମ କରି ନିଜ ନିଜ ରାଜ୍ୟର ପଛୁଆ ବର୍ଗଙ୍କୁ ସମଗ୍ର କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିଥିବା ବେଳେ ଓଡିଶା ସରକାର କାହିଁକି ପଛଘୁଂଚା ଦେଉଛନ୍ତି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଆତ୍ମ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଅଣଦେଖା କରିଛନ୍ତି । ଏପରିକି ରାଜ୍ୟରେ ୨୭ ପ୍ରତିଶତ ବହୁ ଦୂର କଥା ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି । ଶିକ୍ଷା ବିଭାଗର ସଦ୍ୟତମ ପ୍ରକାଶିତ ବିଜ୍ଞପ୍ତିରେ ୧୨୬୦ ପିଇଟି ଶିକ୍ଷକ ନିଯୁକ୍ତି ପାଇଁ ଆହ୍ୱାନ କରାଯାଇଥିବା ବେଳେ ମାତ୍ର ୨୩ଟି ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହା ଶାସକ ବିଜେଡିର ପଛୁଆ ବର୍ଗଙ୍କ ପାଇଁ ଥିବା ମନୋଭାବକୁ ସ୍ପଷ୍ଟ ପ୍ରମାନିତ କରୁଛି । ତୁରନ୍ତ ଏହି ବିଜ୍ଞପ୍ତିକୁ ବାତିଲ କରି ଆବଶ୍ୟକ ସଂଖ୍ୟାରେ ପଛୁଆ ବର୍ଗଙ୍କ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରି ସଂରକ୍ଷଣର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀ ବିଶ୍ୱାଳ ଦାବୀ ଜଣାଇଛନ୍ତି । ଏହି ବୈଠକରେ ରାଜ୍ୟ ଓବିସି ବିଜେପି ମୋର୍ଚ୍ଚା ସଭାପତି ବିଶ୍ୱାଲ, ଇଂ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ, ସଂଗ୍ରାମ କେଶରୀ ନାୟକ, ସିଦ୍ଧାର୍ଥ ଶଙ୍କର ପତି, ଦିଲିପ କୁମାର ଖର୍ସେ ଜିଲ୍ଲା ପରିଷଦ ସଭ୍ୟ, ପଙ୍କଜ ସେଲମା ପୌରାଞ୍ଚଳ ଯାଦବ ସମାଜ ସଭାପତି, ଅମିତ ସିଂହ ନିନା ସାଧାରଣ ସଂପାଦକ ବିଜେପି, ବଲାଙ୍ଗିର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୈରବ ଚନ୍ଦ୍ର କବାଟ ଓବିସି ଟିଟିଲାଗଡ ମଂଚ, କିଶୋର ଜାଲ, ବିନୋଦ କାଲସାଏ, ହରିଶଙ୍କର ଛତ୍ରିଆ, ପ୍ରସାଦ ବିଶ୍ୱାଲ, ଦୁତି ବାହନ ଚନ୍ଦନ, ଅଷ୍ଟମି ବଗର୍ତି, ପ୍ରଶାନ୍ତ ମହାକୁର, ବାସୁଦେବ ନାଗ, ଅରକ୍ଷିତ ଜୁଏଡ, ଖରତ କୁମାର ରାଉତ, ମନୋରଂଜନ ସାହୁ, ନୃପରାଜ ବଗର୍ତ୍ତି, ରାଜେଶ ବଗର୍ତ୍ତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.