csstore

ଡେଲାଙ୍ଗରେ ରକ୍ତଦାନ ଶିବିର : ୮୦ ୟୁନିଟ୍‌ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ଅଭିଯାନରେ ଡେଲାଙ୍ଗ ବ୍ଲକର ଘୋରଡିଆ ସ୍ଥିତ ରାଧାମୋହନଦେବ ବିଦ୍ୟାପୀଠ ଠାରେ ଗତକାଲି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ବ୍ଲଡ୍‌ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ୮୦ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିଲେ । ଏହି ରକ୍ତଦାନ ଶିବିରକୁ ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଉଦ୍‌ଘାଟନ କରିବା ଅବସରରେ ରକ୍ତଦାନର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଲୋକପାତ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମବାୟବିତ୍‌ ବୈରାଗୀ ଜେନା, ଡେଲାଙ୍ଗ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ପୁରୀ ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ଜିଲା ବିଜେଡି ସାଧାରଣ ସଂପାଦକ କିଶୋର କୁମାର ଛୋଟରାୟ, ସ୍ୱାଧୀନ ସେବା ସଂସ୍ଥାନର ମୁଖ୍ୟ ତଥା ଯୁବ ସଂଗଠକ ଶଶୀ ଶେଖର ରାୟ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ସହସଂଯୋଜକ ଭଗବାନ ପଢିଆରୀ, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଅଜୟ କୁମାର ରାଉତରାୟ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁନିଲ କୁମାର ମହାନ୍ତି, ରାଜ୍ୟ ବିଜେଡି ସଂପାଦକ ଅମରଜିତ୍‌ ସେନାପତୀ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ସ୍ମୃତି ରଞ୍ଜନ ସିଂହ, ଜିଲ୍ଲା ବିଜେଡି ସଂପାଦକ ବିଜୟ ରାଉତରାୟ, ରାଜ୍ୟ ଯୁବ ବିଜେଡି ସଂପାଦକ ଦୀପକ ଜେନା, ରାଜ୍ୟ ଛାତ୍ର ବିଜେଡି ସଂପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ଛାତ୍ରନେତା ସୁଦିପ୍ତ ନାୟକ, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ପୁରୀ ବ୍ଲଡ୍‌ ବ୍ୟାଙ୍କର ଡାକ୍ତର ଦୀପକ ସାହୁଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହି ୮୦ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ୱେଦେଶ ରଞ୍ଜନ ସିଂହ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.