oom

ଆବାସ ଯୋଜନା ତଥା ମନରେଗା ଦୁର୍ନୀତିକୁ ନେଇ ଆନ୍ଦୋଳନ ସଜବାଜ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖଲି ପଞ୍ଚାୟତ ସ୍ତରୀୟ ଏକ ସଭା ଖଳାବାହାଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମସ୍ତ ଗ୍ରାମରୁ ଜନସାଧାରଣ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗାରେ ହେଉଥିବା ଦୁର୍ନୀତି ତଥା ଅନିୟମିତତା ବିରୋଧରେ ଖୁବ ଶୀଘ୍ର ବ୍ଲକ ଘେରାଉ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ବିଜେପି ଏସ.ଟି ମୋର୍ଚ୍ଚା ଗୋବର୍ଦ୍ଧନ ଭୋଏ, ଝସକେତନ ପଧାନ, ଯଜ୍ଞେସ୍ବର ପଧାନ, ସଞ୍ଜୟ ଜରଜରିଆ, ସକରାଜିତ ବରିହା, ଗଣେଶ ବରିହା, ଅଶୋକ ବରିହା, ସୋମନାଥ ସାହୁ, ନେତ୍ର ରଣା, ଈଶ୍ୱର ସାହୁ, ଖଗେଶ୍ୱର ଦିଶିରି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.