ଗନ୍ଧମାର୍ଦ୍ଦନ ଗୋଶାଳାରେ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ତଥା ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ଶ୍ରଦ୍ଧେୟ ବିଭୁତି ଭାଇଙ୍କ ଅଧ୍ୟକ୍ଷତାରେ ଗନ୍ଧମାର୍ଦ୍ଧନ ଗୋଶାଳାରେ ପାଳିତ ହୋଇଛି । ଏହି ପର୍ବରେ ମୁଖ୍ୟବକ୍ତା ଭାବରେ ଶ୍ରୀ ଚୁଡାମଣି ସାହୁ ଓ ମୁଖ୍ୟ ଅତିଥି ଭାବରେ ଓମ୍‌ ପ୍ରକାଶ ମେହେର ଯୋଗଦାନ କରିଥିବା ବେଳେ ଅନ୍ୟ କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ହୋଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ୧୫ଟି ଆୟାମ ଗଠନ କରାଯାଇଥିଲା । ପରିଶେଷରେ ସହଭୋଜ କାର୍ଯ୍ୟକ୍ରମ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave A Reply

Your email address will not be published.