କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠାନ ଅଧ୍ୟକ୍ଷ ନିର୍ମଲ ଗିରିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବରେ ନରେନ୍ଦ୍ର ପାଣିଗ୍ରାହୀ, ଅନୁଷ୍ଠାନ ମା’ ଭାବରେ ପରିଚିତ ନିରୁପମା ମହାପାତ୍ର, ଶିକ୍ଷକ ଦୁର୍ଯ୍ୟୋଧନ ତ୍ରିପାଠୀଙ୍କୁ ଗୁରୁ ରୂପେ କୁନିକୁନି ଛାତ୍ରଛାତ୍ରୀ ମାନେ ଫୁଲ ଢୋଡା ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ସର୍ବପଲ୍ଲୀ ରାଧାକୃଷ୍ଣନ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାଟିକୁ ସଞ୍ଜୀବ ଦାଶ ସଞ୍ଚାଳନ କରିଥିବା ବେଳେ ସୁରଭି ବାରିକ, ଯଶୋବନ୍ତି ଭୁଏ, ତିଳିକରାମ ମାଝୀ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସଙ୍ଗୀତ ଗାନ କରି କରତାଳି ଗୁଂଜରଣରେ ସଭା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ନିର୍ମଲ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.