ବ୍ରିସ୍କା ତରଫରୁ ଗୁରୁ ଦିବସ ଅନୁଷ୍ଠିତ : ଗୁରୁ ଜ୍ୟୋତିଙ୍କୁ ମନେ ପକାଇଲେ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରିସ୍କା ଅନୁଷ୍ଠାନରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କରୋନାରେ ପ୍ରାଣ ହରାଇଥିବା ପୂର୍ବତନ ଗୁରୁ ଜ୍ୟୋତି ପାଣୀଗ୍ରାହୀଙ୍କୁ ମନେ ପକାଇବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମର ଆରମ୍ଭରୁ ଦୀପ ପ୍ରଜ୍ୱଳନ କରି ଗୁରୁଗାନ କରାଯାଇଥିଲା । ପରେ ପରେ କାର୍ଯ୍ୟକ୍ରମରେ ବିଜେବି କଲେଜର ପୂର୍ବତନ ପ୍ରାଧ୍ୟାପକ ଦେବେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଗୁରୁ ମହିମା ଉପରେ ବକ୍ତବ୍ୟ ଦେବା ସହ ଗୁରୁ ଶିଷ୍ୟ ପରମ୍ପରା ଓ ଆଜିର ସମୟରେ ଏହାର ପ୍ରାସଙ୍ଗିକତା ଉପରେ ଅଲୋକପାତ କରିଥିଲେ । ସେହିପରି କୁଟୁମଡୋଲା କଲେଜର ଅଧ୍ୟାପକ ସୁରେଶ ଷଢଙ୍ଗି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଗୁରୁ ଦିବସ ଓ ଏହାର ପାଳନ ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଏକ ଉତ୍କୃଷ୍ଠ ସମାଜ ଗଠନ ପାଇଁ ଗୁରୁ ଶିଷ୍ୟ ପରମ୍ଫରା ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ଗବେଷକ ପ୍ରକାଶ ମହାପାତ୍ର, ନିର୍ଦ୍ଦେଶକ ସଙ୍ଗିତା ଦାଶ ତଥା ଜ୍ଞାନବିହାର ସ୍କୁଲ ଅଧ୍ୟାପକ ସୁରେନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ନିଜସ୍ୱ ମତ ପ୍ରଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସିପ୍ରା ଠାକୁର ଓ ରିତିକା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.