ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ କଲେ ବିଏସ୍‌ଏଫ୍‌ ଯବାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ କୁନ୍ଦେଇଗଡ ଗ୍ରାମର ଶଙ୍ଖଜିନୀ ବାରିକ (୨୬) ଗତ ୩ ତାରିଖରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତର ପରିମାଣ ୨.୫ ରହିଥିଲା, ଯଦ୍ୱାରା ଶ୍ରୀମତୀ ବାରିକଙ୍କ ବଡ ଭାଇ ସନ୍ତୋଷ ବାରିକ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ବଲାଙ୍ଗିର ଜିଲ୍ଲା ଯୁବ ସଭାପତି ଅସୀମ ଭୋଇଙ୍କ ନେତୃତ୍ୱରେ ମହୀମୁଣ୍ଡା ଗ୍ରାମର ବିଶ୍ୱନାଥ ବିଶ୍ୱାଲ ରକ୍ତଦାନ କରି ଶଙ୍ଖଜିିନୀ ବାରିକଙ୍କ ଜୀବନ ବଂଚାଇଥିଲେ । ପ୍ରକାଶ ଥାଉ କି ଯୁବ ସଦସ୍ୟ ବିଶ୍ୱନାଥ ବିଶ୍ୱାଲ ଜଣେ ବିଏସ୍‌ଏଫ୍‌ ଯବାନ୍‌ ଅଟନ୍ତି । ଶ୍ରୀ ବିଶ୍ୱାଲଙ୍କ ଏଭଳି ମହତ କାମ ପାଇଁ ତାଙ୍କୁ ବାରିକ ପରିବାର ତଥା ତାଙ୍କ ସମ୍ପର୍କୀୟ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.