ଭଟଲି ଦଧିବାମନ କଲେଜର ୧୧ଜଣ ଛାତ୍ରଛାତ୍ରୀ ୟୁନିଭର୍ସିଟି ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ବିଷୟ ସମ୍ମାନରେ ଭଟଲି ଦଧିବାମନ ମହା ବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଏଥିପାଇଁ କଲେଜରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ ଛାତ୍ରଛତ୍ରୀମାନଙ୍କ ଗହଣରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ବିଶ୍ଵ ବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଫଳାଫଳ ଅନୁଯାୟୀ ଶିକ୍ଷା ବିଭାଗରେ ବବିତା ବାରିକ ଓ ଶର୍ମିଷ୍ଠା ନାୟକ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ଇତିହାସ ସମ୍ମାନରେ ପ୍ରଣତି ଦାଶ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ରାଜନୀତି ବିଜ୍ଞାନରେ ଚନ୍ଦନ ଭୁଏ ଦ୍ଵିତୀୟ, ଝରଣା ନାୟକ ତୃତୀୟ, କେତକୀ ମେହେର ଚତୁର୍ଥ ଓ ଜ୍ୟୋତି ପଟେଲ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ସଂସ୍କୃତ ସମ୍ମାନରେ ମିତା ସାହୁ ପଞ୍ଚମ, ସଙ୍ଗୀତା ସାହାଣୀ ଷଷ୍ଠ, ନମିତା ସାହୁ ଅଷ୍ଟମ ଓ ବର୍ଷାରାଣୀ ପଧାନ ଦଶମ ସ୍ଥାନ ଅଧିକାର କରିଛନ୍ତି । ଏହି ସଫଳତା ପାଇଁ କଲେଜ ପରିଚାଳନା କମିଟି ପକ୍ଷରୁ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.