oom

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଳବ ଶାନ୍ତିନଗର ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ଶାନ୍ତିନଗର ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ବନ ବିଭାଗର ରେଞ୍ଜର ପୂର୍ଣ୍ଣଚନ୍ଦ୍ର ମହନ୍ତ ଶୁଭାରମ୍ଭ କରିଥିଲେ । ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ସଭାପତି ଡ଼. ଦେବାଶିଷ ରଥ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶୌକିଲାଲ ସାହୁ, ଏଡଭୋକେଟ ଅଦିତ୍ୟ ରଥ, ରଘୁମଣି ପୁରୋହିତ, ମନୋଜ ପଣ୍ଡା, ବିଦ୍ୟାଳୟ ଶିକ୍ଷୟିତ୍ରୀ ରଞ୍ଜୁଲତା ସାହୁ, ଆଲ୍ଲାଦିନୀ ଦଳେଇ ସହ କ୍ଲବ ଉପସଭାପତି ମହେଶ କୁମାର ବେହେରା, ସମ୍ପାଦକ ପ୍ରତାପ ନାଥ, ସହସମ୍ପାଦକ ତୁଷାରକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ କୁନାଲ ପାଣିଗ୍ରାହୀ, ଅଡିଟର ଶାନ୍ତାନୁ କୁମାର ପାଣିଗ୍ରାହୀ, ଲାଇବ୍ରେରୀଏନ୍‌ ଦିବ୍ୟକିଶୋର ପଣ୍ଡା, ସଦସ୍ୟ ଡ. ଗଦାଧର ରଥ, ତୀର୍ଥବାସୀ ପଣ୍ଡା, ବିରଞ୍ଚି ନାରାୟଣ ସାହୁ, ଜୟକେତନ୍ ତ୍ରିପାଠୀ, ସୁରେଶ କୁମାର ମିଶ୍ର, ଜଗବନ୍ଧୁ ବାବୁ, ଉମେଶ ମହାଲିଙ୍ଗ, ବିଜୟ ସାହୁ, ଗୁଡୁ ଶର୍ମା, ଅଶୋକ ଦାସ, ଅଶୋକ ସାହୁଙ୍କ ସହ ସଦସ୍ୟ ତଥା ଅନ୍ୟ ଆଚାର୍ଯ୍ୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନର ଦରକାର ପଡୁଛି, ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ଉପସ୍ଥିତ ସମସ୍ତ ସଦସ୍ୟ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ବାର୍ତ୍ତା ରଖିଛନ୍ତି ।

jittmm
Leave A Reply

Your email address will not be published.