csstore

ଅଞ୍ଚଳ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତର ଯୁକ୍ତ ୩ ଶେଷ ବର୍ଷ ସେମିଷ୍ଟର ପରୀକ୍ଷାର ପ୍ରକାଶିତ ଫଳରେ ଅଞ୍ଚଳ ମହାବିଦ୍ୟାଳୟର ଆଠ ଜଣ ଛାତ୍ରଛାତ୍ରୀ କୃତିତ୍ୱ ସହ ବିଭିନ୍ନ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ ୧୦ ଜଣ ମଧ୍ୟରେ ସ୍ଥାନୀୟ ହୋଇଛନ୍ତି । ସେମାନେ ହେଲେ ହିମାଂଶୁ ବାରିକ ରସାୟନ ବିଭାଗରେ ୬ଷ୍ଠ ସ୍ଥାନ, ମେଘାମୟୀ ସାହୁ ଅର୍ଥନୀତି ବିଭାଗ ୪ର୍ଥ ସ୍ଥାନ, ରଶ୍ମିତା ବଡଗୁଚ୍ଛିଆ ଅର୍ଥନୀତି ବିଭାଗ ୯ମ ସ୍ଥାନ, ବବିତା ପ୍ରଧାନ ଶିକ୍ଷା ବିଭାଗ ୬ଷ୍ଠ ସ୍ଥାନ, କିଶୋର ସାହୁ ୯ମ ସ୍ଥାନ ଶିକ୍ଷା ବିଭାଗ, ଜିନା ସାହୁ ୧୦ମ ସ୍ଥାନ ଶିକ୍ଷା ବିଭାଗ, ସୌମ୍ୟରଞ୍ଜନ ନାଏକ ୧୦ମ ସ୍ଥାନ ଇଂରାଜୀ ବିଭାଗ, ସେଟ୍ କୁମାର ସାହୁ ୧୦ମ ସ୍ଥାନ ଓଡ଼ିଆ ବିଭାଗରେ କୃତିତ୍ୱ ଲାଭ କରିଛନ୍ତି । ଏହି କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଅଞ୍ଚଳ ମହାବିଦ୍ୟାଳୟର‌‌‌ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସଙ୍ଗେ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି ।

jayashree
Leave A Reply

Your email address will not be published.