ଜୁନିଅର ରେଡକ୍ରସ ୟୁନିଟ ଗଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ଥାନୀୟ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ଜୁନିଅର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ଜୁନିଅର ରେଡ୍‌କ୍ରସ ପରାମର୍ଶଦାତା ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଛାତ୍ରଛାତ୍ରୀ ମାନଙ୍କୁ ରେଡକ୍ରସ ଭଳି ଆନ୍ତର୍ଜାତୀୟ ସେବା ସଂସ୍ଥାରେ ଯୋଗଦାନ କରବାକୁ ଆହ୍ୱାନ କରିଥିଲେ । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ ନିମନ୍ତେ ବିଦ୍ୟାଳୟର ଜୁନିଅର ରେଡକ୍ରସ କମିଟିକୁ ପ୍ରଧାନଶିକ୍ଷକ ମନୋଜ କୁମାର ପୂଜାରୀ-ସଭାପତି, ପରାମର୍ଶଦାତା ରବିଚନ୍ଦ୍ର ପଶାୟତ-ସଂପାଦକ, ଖେଳ ଶିକ୍ଷକ ପ୍ରହଲ୍ଲାଦ ଦାଶ. ଛାତ୍ରୀ ଟିକେଶ୍ୱରୀ ମାଝି, ଛାତ୍ର ରୋହନ ପଧାନ ପ୍ରମୁଖ ପ୍ରତିନିଧି ଭାବରେ ମନୋନୀତ ହୋଇଥିବା ବେଳେ ଜୁନିଅର ରେଡକ୍ରସ ୟୁନିଟକୁ ଧରିତ୍ରୀ ପଧାନ-ଚେୟାରମ୍ୟାନ, ରିମ୍‌ଝିମ୍‌ କୁମ୍ଭାର-ଭାଇସ୍‌ ଚେୟାରମ୍ୟାନ, ରୋଜିସ୍ମିତା ଷାଣ୍ଢ-ସଂପାଦକ, ସଂଜନା କଠାର-ସହ ସଂପାଦକ, ଦେବକୀ ସାହୁ-କମାଣ୍ଡର, ବାସନ୍ତୀ ତାଣ୍ଡିଆ-ଭାଇସ୍‌ କମାଣ୍ଡର, ଜସ୍ମିନ ମାଝୀ-ସ୍ୱାସ୍ଥ୍ୟ ଓ ପରିଛନ୍ନତା ଦଳର ଗ୍ରୁପ ଲିଡର, ଇତିଶ୍ରୀ ବାଘ-ସାମାଜିକ ସେବା ଦଳର ଗ୍ରୁପ ଲିଡର, ଜ୍ୟୋତ୍ସ୍ନା ନାଗ-ସାଂସ୍କୃତିକ ଦଳର ଗ୍ରୁପ ଲିଡର, ଦୋଲାରାମ ପଧାନ-ପାଣ୍ଠି ସଂଗ୍ରହ ଦଳର ଗ୍ରୁପ ଲିଡର ଏବଂ ଜ୍ୟୋସ୍ନା ରାଣୀ ଭୋଇ- ଆନ୍ତର୍ଜାତୀୟ ବନ୍ଧୁତା ଦଳର ଗ୍ରୁପ ଲିଡର ଭାବରେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ସମୁଦାୟ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜୁନିଅର ରେଡକ୍ରସ ୟୁନିଟ ଗଠିତ ହୋଇଛି । କୋଭିଡ ଗାଇଡ୍‌ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ଶିକ୍ଷାବର୍ଷର ବଜେଟ ତଥା କ୍ୟାଲେଣ୍ଡର ଏକ୍ଟିଭିଟି ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.