oom

ସଇଁନ୍ତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବୀରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚାଷ କାମ ଯାହାର କେଡ଼େ ସୁଖ ତାହାର ବୋଲି କୁହା ଯାଉଥିବା ବେଳେ ବର୍ତ୍ତମାନ ଯେଉଁ ଭଳି ପରିସ୍ଥିତି ଦେଖାଦେଇଛି ତାହା ନ କହିଲେ ଭଲ । ପାଣି ପାଇଁ ଲୋକଙ୍କର ହା ହା କାର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ ଅଣଦେଖା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ବିଲକୁ କୌଣସି ପ୍ରଶାସନିକ ଅଧିକାରୀ ମାନେ ଯାଇକି ରିପୋର୍ଟ ସଂଗ୍ରହ କରିନ ଥିବା ବେଳେ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି । ଅନ୍ୟପଟେ ବର୍ଷାର ଦେଖା ଦେଉନ ଥିବା ବେଳେ ରାଜ୍ୟ ସରକାର ମରୁଡି ଘୋଷଣା କରିବା ପାଇଁ ଅନେକ ସ୍ଥାନରେ ଆନ୍ଦୋଳନ ମଧ୍ୟ କରାଯାଉଛି । ତେବେ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତକୁ ମରୁଡି ଘୋଷଣା ଦାବୀରେ ଶତାଧିକ ଚାଷୀ ମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସଇଁନ୍ତଲା ସହରରୁ ଏକ ଶୋଭାଯାତ୍ରାରେ ଚାଷୀ ମାନେ ବାହାରି ତହସିଲ କର୍ଯ୍ୟାଳୟ ସମ୍ମୁଖରେ ମରୁଡି ଘୋଷଣା ଦାବୀରେ ନାରାବାଜି ଦେଇଥିଲେ । ତହସିଲଦାର ଯୋଗେଶ୍ୱର ଧରୁଆଙ୍କୁ ଦାବୀପତ୍ର ପ୍ରଦାନ କରିଥିବା ବେଳେ ସଇଁନ୍ତଲା ପଞ୍ଚାୟତରେ କୌଣସି ଜଳସେଚନ ସୁବିଧା ନଥିବା ନେଇ ବାରମ୍ବାର ମରୁଡି ପରିସ୍ଥିତି ଉପୁଜିଛି । ହେଲେ ଚାଷୀଙ୍କୁ କୌଣସି ସହାୟତା ପ୍ରଦାନ କରାଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ କୃଷି ବିଭାଗର ଅଧିକାରୀ ମାନେ ଚୁପ୍‌ ରହୁଥିବା ବେଳେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏଥିରେ ସନ୍ତୋଷ ପୁଟା, ଶତ୍ରୁଘ୍ନ ସାହୁ, ଅମିତ ରଥ, ସାରଦା ନନ୍ଦ, ସୁରେଶ ନନ୍ଦ, ସୁରେଶ ରଣା, ଗଣେଶ ଜାଲ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.