ନାବାଳିକା ଝିଅକୁ ପ୍ରେମ ପରେ ପ୍ରତାରଣା : ପ୍ରେମିକ ଗିରଫ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଫପସି ଅଞ୍ଚଳର ଜଣେ ଦଳିତ ବର୍ଗର ୧୭ ବର୍ଷୀୟ ନାବାଳିକା ଝିଅଙ୍କୁ ପ୍ରେମ ପରେ ପ୍ରତାରଣା କରିବା ପରେ ପ୍ରେମିକଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ, ଗତ ୧୧.୨.୨୦ରେ ପ୍ରେମୀକ ନାବାଳିକା ଝିଅକୁ ପ୍ରେମ କରିବା ପରେ ଦୁହେଁ ଏକ ଶିବ ମନ୍ଦିରରେ ବାହା ମଧ୍ୟ ହୋଇଥିଲେ । ପରେ ୧୧.୩.୨୦ ମସିହାରେ ଦୁହେଁ ବେଙ୍ଗାଲୁରୁକୁ ଯାଇଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ସମ୍ପର୍କ ରଖି ଆସିଥିଲେ । ଉଭୟ ଚଳିତ ବର୍ଷ ମେ ମାସରେ ଘରକୁ ଫେରିଥିବା ବେଳେ ପ୍ରେମିକ ନାବାଳିକାକୁ ଆଉ ସାଙ୍ଗରେ ରଖିବି ନାହିଁ ବୋଲି କହୁଥିବା ଥାନାରେ ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ କେସ ନମ୍ବର ୨୪୬ରେ ଏକ ମାମଲା ରୁଜୁ କରି ପ୍ରେମିକକୁ ଗିରଫ କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.