oom

ପ୍ରତାପ ଚନ୍ଦ୍ର ନାୟକ ହେଲେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଯୁବନେତା ତଥା ସମାଜସେବୀ ପ୍ରତାପ ଚନ୍ଦ୍ର ନାୟକ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ଭାବରେ ମନୋନୀତ ହୋଇଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ଦଳରେ ସାମିଲ ହୋଇଥିବା ପ୍ରତାପ ମହାବିଦ୍ୟାଳୟରେ ଛାତ୍ର ଥିବା ବେଳେ ଛାତ୍ର କଂଗ୍ରେସରେ ରାଜନୀତି କରି ବହୁ ମହାବିଦ୍ୟାଳୟରେ ଛାତ୍ର କଂଗ୍ରେସକୁ ବିଜୟ କରିଛନ୍ତି, ବରଗଡ଼ ଜିଲ୍ଲା ଯୁବ କଂଗ୍ରେସର କୋଷାଧ୍ୟକ୍ଷ ରହିବା ସହିତ ନିଜର ନିଷ୍ଠାପର ଉଦ୍ୟମ ପାଇଁ ସେ ଜିଲ୍ଲା ସାଧାରଣ ସଂପାଦକ ଭାବରେ ମନୋନୀତ ହେଇପାରିଛନ୍ତି । ଯେତେବେଳେ ସମ୍ବଲପୁରର ପୂର୍ବତନ ସାଂସଦ ତଥା ପଶ୍ଚିମ ଓଡ଼ିଶାର ବର ପୁତ୍ର ସ୍ୱର୍ଗତ ଡ଼. କୃପାସିନ୍ଧୁ ଭୋଇଙ୍କ ପୁଅ ଇଂ. ସଂଜୟ ଭୋଇ ୨୦୦୯-୨୦୧୪ ବରଗଡ଼ ଲୋକସଭା ସାଂସଦ ରହିଥିଲେ ସେହି ସମୟରେ ପ୍ରତାପ ବରଗଡ଼ ସାଂସଦ ପ୍ରତିନିଧି ରହି ମଧ୍ୟ ଲୋକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ବିଧିବଦ୍ଧ ଭାବରେ ତାଙ୍କ ନାମ ଘୋଷଣା ପରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀ, ଲୋକସଭା ସାଂସଦ ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା, ରାଜ୍ୟ ପ୍ରଭାରୀ ଡ଼. ଏ. ଚେଲ୍ଲା କୁମାର, ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିକୁ ନିଜର କୃତଜ୍ଞତା ଜଣାଇଥିବା ବେଳେ ବିଭିନ୍ନ ମହଲରୁ ଶ୍ରୀ ନାୟକଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

jittmm
Leave A Reply

Your email address will not be published.