oom

କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଉଠିଛି ଟଙ୍କା ପ୍ରସଙ୍ଗ : ଟୁଇଟ କଲେ ଦୀପା, ତଦନ୍ତ ହେବ ବୋଲି କହିଲେ ଉପଜିଲ୍ଲାପାଳ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : କାମ ନ କରି ମୃତ ବ୍ୟକ୍ତିଙ୍କ ନାଁରେ ମନରେଗା ଯୋଜନାରେ ଟଙ୍କା ଉଠିଥିବା ନେଇ ଖବର ପ୍ରସାରଣ ଓ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ତଦନ୍ତ କରାଯାଉ ନ ଥିବା ବେଳେ ଏବେ ସନ୍ଧେହ ସୃଷ୍ଟି ହୋଇଛି । ଅନ୍ୟପଟେ ଅଙ୍ଗିରାଜ ସାହୁ, ଅଗସ୍ତି ସାହୁ, ଡିଙ୍ଗର ମହାକୁର ସମେତ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ବେଳେ ତାଙ୍କ ନାଁରେ ଟଙ୍କା ଜମା ହୋଇଛି । ଅଶୋକ ସାହୁ, ରାମେଶ୍ୱର ଭୋଇ, ରାମକୃଷ୍ଣ ସାହୁ, ମତି ସାହୁ, ଯଦୁମଣି ସାହୁ, ମୌନାବତୀ ସାହୁ, ଜାନକୀ ସାହୁ, ବିରଞ୍ଚି ସାହୁ ସମେତ ଶତାଧିକ ଲୋକଙ୍କ ନାଁରେ କାମ କରିନଥିବା ବେଳେ ମଧ୍ୟ ଟଙ୍କା ପଡିଛି । ଏଥିରୁ ପ୍ରଶ୍ନ ଉଠେ ଯେ, କାମ ନ କରିଥିବା ବ୍ୟକ୍ତିଙ୍କ ନାଁରେ ଟଙ୍କା ପଡୁଛି କେମିତି । ତାଙ୍କର ଅଜାଣତରେ ଟଙ୍କା ପଡିଥିବା ବେଳେ ଅନକେ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ତେବେ ଭିଜିଲାନ୍ସ ତଦନ୍ତର ଆବଶ୍ୟକ ମଧ୍ୟ ରହିଥିବା ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତରେ ଗତ ୧୧/୦୬/୨୦୧୬ ମସିହାରେ ଲାଚୁଟ ଠାରୁ ସ୍ଥାନୀୟ ନଦୀ ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ଏବଂ ଆଡିବନ୍ଧ କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କାର ଅଟକଳ ପରିମାଣ ଥିବା ବେଳେ ୬ ଲକ୍ଷ ୩୨୮ ଟଙ୍କା ମଧ୍ୟ ଉଠିସାରିଛି । ଉକ୍ତ ପଞ୍ଚାୟତର ଜିଆର୍‌ଏସ୍‌ ମନୋଜ ଦାସ ଜଣକ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାଁରେ ଟଙ୍କା ଖାତାରେ ଜମା କରିଥିବା ବେଳେ କାମ ନ କରିଥିବା ଶତାଧିକ ଲୋକଙ୍କ ନାଁରେ ଟଙ୍କା ମଧ୍ୟ ତାଙ୍କର ଖାତାରେ ପକାଇଛନ୍ତି । ଏଥିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, ବିନା କାମରେ କେମିତି ଭାବରେ ଲୋକଙ୍କ ଖାତାରେ ଟଙ୍କା ଜମା ହେଲା, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ପକେଟ ପାଇଁ କାରସାଦି କରିଛନ୍ତି କି ଜିଆର୍‌ଏସ୍‌ ବାବୁ ଜଣକ ବୋଲି ଚର୍ଚ୍ଚା ଜୋର ଧରିଛି ।

ଅନ୍ୟପଟେ କାମ ଆରମ୍ଭ ହେବା ପରେ ସୂଚନା ଫଳକ ରହିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ ଜିଆର୍‌ଏସ୍‌ ବାବୁ ଜଣକ ଜାଣିଶୁଣି ସୂଚନା ଫଳକ ମଧ୍ୟ ଲଗାଇ ନାହାନ୍ତି । ତାଙ୍କର ମନରେଗା ଯୋଜନା ବ୍ୟାପକ ଦୁର୍ନୀତି ହେଉଥିବାର ଅନେକ ଥର ଅଭିଯୋଗ ମଧ୍ୟ ହୋଇ ସାରିଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ମଧ୍ୟ ନିଆଯାଇ ନାହିଁ ଯାହା ଫଳରେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ରାଜେଶ ସାହୁ ବିଡ଼ିଓ ଦେବାଶିଷ ସାମଲଙ୍କୁ ଲିଖିତ ଭାବେ ଅଭିଯୋଗ ମଧ୍ୟ କରଛନ୍ତି ଯେ, ଏହି ପଞ୍ଚାୟତର ଲାଚୁଟ ଗ୍ରାମରୁ ନଦୀକୂଳ ପର୍ଯ୍ୟନ୍ତ ୨୦୨୦-୨୧ ମସିହାରେ ମନରେଗା ଯୋଜନାରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବ୍ୟାପକ ଦୁର୍ନୀତି ହୋଇଛି । ତେବେ ତଦନ୍ତ କରିବା ପାଇଁ ଲିଖିତ ଅଭିଯୋଗ କରିଥିବା ବେଳେ ଯଦି ୭ ଦିନ ଭିତରେ ତଦନ୍ତ ନ କଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ହେଲେ ପ୍ରଶାସନର ମଧୁଚନ୍ଦ୍ରିକା ଯୋଗୁଁ ତଦନ୍ତ ମଧ୍ୟ ହୋଇପାରି ନାହିଁ । ଏହି ଭଳି ଘଟଣା ଗୋଟିଏ କି ଦୁଇଟି ନୁହେଁ ଅନେକ କାମରେ ଲକ୍ଷ ଲକ୍ଷ ଟଙ୍କାର ଏହି ପଞ୍ଚାୟତରେ ଦୁର୍ନୀତି ହୋଇଛି । ଏନେଇ ଜିଆର୍‌ଏସ୍‌ ମନୋଜ ଦାସଙ୍କୁ ପଚାରିବାରୁ ଯଦି କୌଣସି ବ୍ୟକ୍ତିଙ୍କର କାମ ୧୦୦ ଦିନରୁ ଅଧିକ କାମ କରିଥିବ କଣ କରି ହେବ ସେଥିପାଇଁ କାମ ନ କରିଥିବା ଲୋକଙ୍କ ଖାତାରେ ଟଙ୍କା ଜମା କରାଯାଉଛି ବୋଲି ମଧ୍ୟ ଫୋନ ମାଧ୍ୟମରେ ପ୍ରକାଶ କରିଥିବା ବେଳେ ଘଟଣା ସମ୍ପର୍କରେ ସ୍ୱୀକାର ମଧ୍ୟ କରିଛନ୍ତି କିନ୍ତୁ ବାସ୍ତବରେ ଘଟଣାକୁ ଚପାଇ ଦେବା ପାଇଁ ପ୍ରଶାସନ ଉଦ୍ୟମ କରୁଛନ୍ତି । ଏନେଇ ଟୁଇଟ ମାଧ୍ୟମରେ ଦୀପା ବାରିକ ଖବର ପ୍ରସାରଣ କରିବା ପରେ ପ୍ରଶାସନକୁ ତଦନ୍ତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏନେଇ ଟିଟିଲାଗଡ଼ ଉପ ଜିଲ୍ଲାପାଳ ସତ୍ୟବାନ ମନୋଜ ମହାଜନଙ୍କୁ ପଚାରିବାରୁ ତଦନ୍ତ ହେବ ବୋଲି କହିଛନ୍ତି । ତେବେ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

jittmm
Leave A Reply

Your email address will not be published.