ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଗର୍ଜିଲେ ବିଧାୟକ ସାଲୁଜା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଷୀ ଆତ୍ମହତ୍ୟାକୁ ନେଇ ବିଧାନସଭାରେ ଗର୍ଜିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗିର ତୁରେକେଲା ବ୍ଲକରେ ଚାଷୀ ଆତ୍ମହତ୍ୟା ପ୍ରସଂଗ ବିଧାନସଭାରେ ଗତକାଲି ଉଠିଥିବା ବେଳେ ତୁରେକେଲା ବ୍ଲକରେ ୧ ଶତକଡ଼ା ଜମି ମଧ୍ୟ ଜଳସେଚିତ ହୋଇ ନଥିବା ସେ ପ୍ରକାଶ କରିଥିଲେ । ଏଭଳି ପରିସ୍ଥିତି ଯୋଗୁଁ ଜଣେ ଚାଷୀ ନିଜ ଚାଷ ଜମିର ଅବସ୍ଥା ଦେଖି ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ସରକାର ଏହି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ସେ କହିଥିଲେ । ଚାଷୀମାନଙ୍କ ଦୁଃଖ ଅସଂଭାଳ ହୋଇ ପଡ଼ିଥିବା ସତ୍ୱେ ରାଜ୍ୟ ସରକାର ଅବହେଳା କରୁଥିବା ସେ କହିଛନ୍ତି ।

Leave A Reply

Your email address will not be published.