ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଛାତ୍ର କଂଗ୍ରେସ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରିଛି । ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଶ୍ୱ ବିଦ୍ୟାଳୟ ସାରା ବୁଲି ଛାତ୍ର, ଶିକ୍ଷକ ଓ କଲେଜ କର୍ତ୍ତୁପକ୍ଷଙ୍କୁ ଏହି ଦିବସର ଅଭିନନ୍ଦନ ଜ୍ଞାପନ କରିଥିଲେ । ବିଶ୍ୱ ବିଦ୍ୟାଳୟ ଛାତ୍ର ମାନଙ୍କୁ ଏକଜୁଟ କରାଯାଇ ଦଳ ତରଫରୁ ଏହି ଉପଲକ୍ଷେ କେକ୍‌ କଟାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେକ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ବିଶ୍ୱ ବିଦ୍ୟାଳୟ ଶୁଭ ମନାସି ପରିସରରେ ଛାତ୍ର ଦଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଆଜି ପ୍ରଥମ ପର୍ଯ୍ୟାୟରେ ୮ଟି ଚାରା ରୋପଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ପକ୍ଷରୁ ଅଜିତ ମହାନନ୍ଦ, ଶୁଭେନ୍ଦୁ ସାହୁ, ଦିନେଶ ସାହୁ, ଅଂଚଲ ପଣ୍ଡା, ସୁରେଶ ସିଂ, ଟୁଲୁ ସେନ, ଓମ୍‌ ରାଉତ, ଅମୀୟ ବଗର୍ତ୍ତି, ଗୌରବ ଶର୍ମା, କିସନ ମୁଗ୍ରି, ସରତ ସାହୁ, କ୍ରିଷ୍ଣା ପାତ୍ର ଓ ନରେନ୍ଦ୍ର ବେହେରାଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.