ମ.ରାମପୁର ରେଂଜ : କାଠ ଗଣ୍ଡି ସହିତ ଗାଡ଼ି ଜବତ, ଚାଳକ ଫେରାର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଅଂଚଳରେ କାଠ ଗଣ୍ଡି ସହିତ ଏକ ଗାଡ଼ି ଜବତ ହେଇଥିବା ବେଳେ ଚାଳକ ଫେରାର ହେଇଯାଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଗାଡ଼ିକୁ ଧରିଥିଲେ । ଓଆର୍‌୧୫ଡ଼ି୧୭୨୧ ନମ୍ବର ଏକ ୪୦୭ଗାଡ଼ିରେ ୩୧ଖଣ୍ଡ କାଠ ଗଣ୍ଡି ରହିଥିବା ବେଳେ ଗାଡ଼ିରୁ ଚାଳକ ଓ ସହାୟକ ରାତି ହେଇଥିବା କାରଣରୁ ସେଠାରୁ ଖସି ପଳାଇଯାଇଥିଲେ । ଶ୍ରୀ ଦାଶଙ୍କ ନେତୃତ୍ୱରେ ଏହି ପେଟ୍ରୋଲିଂ ସମୟରେ ଫରେଷ୍ଟର ରମେଶ ବାଗ, ଦୀପକ ସା, ଫରେଷ୍ଟଗାର୍ଡ଼ ବାଳକୃଷ୍ଣ ଜାଲ, ଗୋପୀନାଥ ନାଏକ ଏବଂ ସ୍କ୍ୱାର୍ଡ଼ ପ୍ରକାଶ ମାଝୀ, ପବିତ୍ର ମାଝୀ, ଶରତଚନ୍ଦ୍ର ବିଶି, କିଶୋର ମାଝୀ, ମୁନା, ତୁଳସୀ ପ୍ରମୁଖ ସାମିଲ ଥିଲେ । ସୂଚନା ଯୋଗ୍ୟ ଯେ, ଶ୍ରୀ ଦାଶଙ୍କ ମ.ରାମପୁର ରେଂଜ ଅଧିକାରୀ ଭାବରେ ଯୋଗଦେବା ପରେ ଅଂଚଳରେ ପ୍ରାୟ ସମୟ ଚୋରା କାଠ ରାକେଟକୁ ଧରିବାରେ ସଫଳ ହେଉଛନ୍ତି ।

Leave A Reply

Your email address will not be published.