ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ବର୍ଷାର ଦେଖା ନଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଛନ୍ତି, ଯାହା ଫଳରେ ଦାନା ପାଇଁ ଦାଦନ ଖଟିବା ନିମନ୍ତେ ଲୋକେ ପ୍ରସ୍ତୁତ ମଧ୍ୟ ହେଉଥିବା ନଜରକୁ ଆସିଛି । କିଛି ଦିନ ହେଲାଣି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ଓଡ଼ିଶା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଗସ୍ତ କରି ଚାଷୀଙ୍କ ସହ ଚାଷ ଉପରେ ଆଲୋଚନା ମଧ୍ୟ କରୁଛନ୍ତି ଓ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ଜଣାଇବି ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ବଲାଙ୍ଗିର ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।