csstore

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କରୋନା ମହାମାରୀ ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଆଜି (ଗ୍ରାମ ବିକାଶ) ପାତରପାଲି, କୁରୁଆଁ ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବରଗଡ଼ରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଯୁବନେତା ଉମେଶ ପଣ୍ଡା ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଜୀବନ ବିନ୍ଦୁ ସହ ସଂଯୋଜକ ଅଶ୍ୱିନୀ ତ୍ରୀପାଠୀ, ବିଜୁ ଛାତ୍ର ଜନତା ଦଳର ସଭାପତି କରନ ସିକନ୍ଦର, ଛାତ୍ର ନେତା ଆୟୁଷ ସିଂହ, ବିସିଜେଡି କୁରୁଆଁ ପଞ୍ଚାୟତ ସଭାପତି ରଞ୍ଜିତ ମିର୍ଦ୍ଧା, ବ୍ଲକ ଆଇଟି ସଯୋଜକ ଦୀପକ ଦେହେରୀ, ବ୍ଲକ ସାଧାରଣ ସଂପାଦକ ପ୍ରେମ ସାଗର ପୁଞ୍ଜି, ଆନନ୍ଦ ଅମାତ, ମଗସିର ମାଝୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.