oom

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତୀବ୍ର ଜନ ଅସନ୍ତୋଷ

jsmm

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ଅଞ୍ଚଳରେ ବାରମ୍ବାର ଦୀର୍ଘ ସମୟ ଧରି ଅଘୋଷିତ ବିଦ୍ୟୁତ୍ କାଟ ହେଉଛି ଯାହା ଫଳରେ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଉଛି । ଅଭିଯୋଗ ଅନୁସାରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇବା ସତ୍ତ୍ଵେ ପୋଇରାଶି ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ଗରିବ ଲୋକ କଷ୍ଟମଷ୍ଟେ ନିୟମିତ ବିଦ୍ୟୁତ୍ ଶୁଳ୍କ ପୈଠ କରିଆସୁଛନ୍ତି । ତଥାପି ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ଅଞ୍ଚଳକୁ ବାରମ୍ବାର ଅଘୋଷିତ ଆଉ ଦିନ ଦିନ ଧରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହୁଛି । ଫଳରେ ଛାତ୍ରଛାତ୍ରୀ ମାନଙ୍କୁ ପଢ଼ିବାରେ ଅସୁବିଧା ହେବା ସହ ଜନସାଧାରଣଙ୍କୁ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହାର ସମାଧାନ ନିମନ୍ତେ ବହୁ ସମୟରେ ବିଭିନ୍ନ ଗ୍ରାମରୁ ବହୁଥର ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିବା ସତ୍ତ୍ଵେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ନୀତି ଯୋଗୁଁ ମନଇଚ୍ଛା ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହେଉଛି । ତେଣୁ ଅଞ୍ଚଳବାସୀ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ମନମୁଖୀ ନୀତିକୁ ବିରୋଧ କରି ଅଗ୍ରଣୀ ସାମାଜିକ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ରମ୍ଭା ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିବାକୁ ଯାଇଥିବା ବେଳେ କାର୍ଯ୍ୟାଳୟ ବନ୍ଦ ଯୋଗୁଁ ଫୋନ୍ ଦ୍ଵାରା ବିଭାଗୀୟ ଅଧିକାରୀ(ଏକଜନ), ଛତ୍ରପୁରଙ୍କ ଦୃଷ୍ଟି ଆକର୍ଷଣ ଓ ଡାକ ଦ୍ଵାରା ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଦାବୀପତ୍ର ଦେଲା ବେଳେ ୟୁଥ୍ ଫର୍ ଭିଲେଜ୍ର ସଭାପତି ଚୈତନ୍ୟ ରେଡ୍ଡୀ, ସମ୍ପାଦକ ଦୀପକ ସାହୁଙ୍କ ସମେତ ବିଭିନ୍ନ ଗ୍ରାମରୁ ନିରାକାର ମହାରଣା, କୈଳାସ ସେଠୀ, ଡି ଆରେୟା ପ୍ରଧାନ, ଡି କ୍ରିଷ୍ଣା ରେଡ୍ଡୀ, ପୀତବାସ ମହାରଣା, ରଞ୍ଜନ ମହାରଣା, ବୃନ୍ଦାବନ ମହାପାତ୍ର, କେ ଦୁର୍ଯ୍ୟୋଧନ ରେଡ୍ଡୀ, ବୁଲୁ ମହାରଣା, ଗୌରୀ ମହାରଣା, ମିଥୁନ ମହାପାତ୍ର ଓ ସମୀର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.