ଲୋଇସିଂହା ବ୍ଲକକୁ ମରୁଡି ଘୋଷଣା ଦାବୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଆବଶ୍ୟକତା ଠାରୁ ଖୁବ୍‌ କମ ପରିମାଣର ବର୍ଷା ହୋଇଥିବାରୁ ଲୋଇସିଂହା ବ୍ଲକ ସମେତ ସମଗ୍ର ବଲାଙ୍ଗିର ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଚାଷୀଙ୍କ ସମସ୍ତ ପ୍ରକାର କୃଷିରୁଣ, ଜଳକର ଛାଡ଼ ସମେତ ଚଳିତ ମରୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା ଦାବୀ କରିଛି ବଲାଙ୍ଗିର କୋଶଲ ସେନା । ଏଥି ସହିତ ଲୋଇସିଂହା ବ୍ଲକ ସମେତ ଜିଲ୍ଲାକୁ ମରୁଡି ଘୋଷଣା ଦାବୀରେ ବଲାଙ୍ଗିର କୋଶଲ ସେନା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବିଡ଼ିଓଙ୍କ ଜରିଆରେ ଏକ ସାତଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଯୁବନେତା ଆକାଶ ମିଶ୍ରଙ୍କ ନେତୃତ୍ୱରେ କୌସ୍ତୁଭ ସାହୁ, କଏଟୁ ବିଶ୍ୱାଳ, ବିଜୟ ସାହୁ, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଦାବୀପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.