ପାଟଣାଗଡ଼କୁ ମରୁଡି ଘୋଷଣା ଦାବୀରେ ବିଜେପି ପକ୍ଷରୁ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାଷୀ ଓ ଚାଷୀ ସମସ୍ୟାର ସମାଧାନ ଓ ପାଟଣାଗଡ଼ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀ ନେଇ ଆଜି ପାଟଣାଗଡ଼ ବିଜେପି ପକ୍ଷରୁ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ପ୍ରଦର୍ଶନରେ ବଲାଙ୍ଗିର ସାଂସଦ ସଂଗୀତ କୁମାରୀ ସିଂହଦେଓ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦିପ ପୁରୋହିତ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର, ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ଯୁବ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ଦାସ, ଖପ୍ରାଖୋଲ ଜୋନ୍ ନଂ ୪ ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋତ୍ସ୍ନାମୟୀ ସାହୁ, ମାଧବ ସାଏ, ବିଜେପି କୃଷକ ମୋର୍ଚ୍ଚା ସନ୍ତୋଷ ପଟେଲ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ କୃଷି ମାରଣନୀତି, ବିଭିନ୍ନ ସମସ୍ୟାର ସମୁଖୀନ ହୋଇ ଚାଷୀ ଆତ୍ମହତ୍ୟା ବୃଦ୍ଧି, ଅଭାବି ବିକ୍ରୀ, ସାର କଳାବଜାରୀ, ୟୁରିଆ ସାର ଅଭାବ, ପର୍ଯ୍ୟାପ୍ତ ବିହନ, ଯୋଗାଇ ଦିଆନଯିବା ଆଦି ବିଷୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଚଳିତ ବର୍ଷ ବର୍ଷା ଅବାଭ ଯୋଗୁଁ ପାଟଣାଗଡ଼ ଉପଖଣ୍ଡରେ ପାଟଣାଗଡ଼, ବେଲପଡା ଖପ୍ରାଖୋଲ ଆଦି ବ୍ଳକ ଗୁଡିକରେ ମରୁଡି ଆଶଙ୍କା ଦେଖାଦେଇଥିବା ବେଳେ ଚାଷୀଙ୍କ ଅବସ୍ଥା ଦୋହଲି ପଡୁଛି ଏଭଳି ପରିସ୍ଥିତି ପ୍ରଶାସନ ଓ କୃଷି ଅଧିକାରୀ ଜାଣିଶୁଣି ଚୁପ୍ ରହୁଛି । ପାଟଣାଗଡ଼ ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନେଇ ପାଟଣାଗଡ଼ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୟୁରିଆ ସାର ସମବାୟ ସମିତି ମାଧ୍ୟମରେ ଯୋଗାଇ ଦେବା, ଫସଲବୀମାରେ ହୋଇଥିବା ଦୂର୍ନୀତି ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଟଣାଗଡ଼ ଉପଖଣ୍ଡକୁ ମରୁଡି ଘୋଷଣା କରିବା, ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ଫି ଛାଡ଼ କରିବା, ରାଜ୍ୟ ସରକାରଙ୍କ ଶତକଡା ୩୫ ଜଳସେଚନ ବ୍ୟବସ୍ଥା ଇସ୍ତାହାରରେ ରଖୁଥିବା ବେଳେ ବଲାଙ୍ଗିର ଜିଲ୍ଲାରେ କେତେ ଜଳସେଚିତ କରିଯାଇଛି ଜବାବ ଦେବା, ଚାଷୀଙ୍କ ବିଜୁଳି ଓ ଖଜଣା ଦେୟ ଛାଡ କରିବା ଆଦି ୭ ଦଫା ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଜୟନ୍ତ କୁମ୍ଭାର, କରମ ସିଂ ସରାଫ, ଜିଲ୍ଲା ପରିଷଦ ସଭ୍ୟ ଜ୍ୟୋସ୍ନାମୟୀ ସାହୁ, ମହେନ୍ଦ୍ର ସେଠ, ବିଜେପି ନାରୀ ନେତ୍ରୀ ଶୈଳବାଳା ବାଗ, ଖପ୍ରାଖୋଲ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣମାସୀ ବରିହା, ଜୋନ୍ ନଂ ୨୬ ବିଜେପି କୃଷକ ଯୁବ ମୋର୍ଚ୍ଚା ସଭାପତି ପୂର୍ଣ୍ଣ ଶଶୀ ଶେଖର ରାଓ, ମନବୋଧ ବରିହା, ବଲ୍ଲଭ ଧରୁଆ, ବିଜେପି କୃଷକ ଯୁବ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ଦାସ, ଜୋନ୍ ନଂ ୨୬ ସଭାପତି କୁନୁ ମୁଣ୍ଡା, ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ, ସାନନ୍ଦ ଠାକୁର, ନାନ୍ଦୁପଲା ସରପଞ୍ଚ ଶଶୀପୂଝାରୀ, ବେଲପଡା ବ୍ଳକ ସାଂସଦ ପ୍ରତିନିଧି ନୀଳ ପାଣିଗ୍ରାହୀ, ମୁନା ଠାକୁର, ସନ୍ତୋଷ ପଟେଲ, ବବି ମିଶ୍ର, ରବି ସାହୁ, ରଘୁନାଥ ସିଂ ବରିହା, ବିପିନ ବରିହା, କୁରେଶ୍ଵର ବରିହା, ଶୁକୃ ଷାଣ୍ଢ, ଚୈତନ୍ୟ ପୁଟେଲ ପ୍ରମୁଖଙ୍କ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.