csstore

ବରିଷ୍ଠ ବିଜେପି ନେତା ଗୋବର୍ଦ୍ଧନ ଅଗ୍ରୱାଲ ନୁଆପଡା ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ ହେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ପ୍ରସ୍ଥାବ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପାଇକମାଲ ସହରର ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲଙ୍କୁ ନୁଆପଡା ଜିଲ୍ଲା କୃଷକ ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଷ୍ଟ୍ରିୟ ସ୍ବୟଂ ସଂଘରୁ ରାଜନୈତିକ ବିଚାର ଧାରାରୁ ଆସି ଗୋବର୍ଦ୍ଧନ ଅଗ୍ରୱାଲ ଅଦ୍ୟାବଧି ବିଜେପିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ଜିଲ୍ଲା ସାଧାରଣ ସଂପାଦକ ଭଳି ଗୁରୁ ଦାୟିତ୍ୱ ବହନ କରିବା ସହ ବର୍ତ୍ତମାନ ସେ ଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ଅଛନ୍ତି । ବିଭିନ୍ନ କ୍ଷେତ୍ରରେ ସାଙ୍ଗଠାନିକ ଦଳ ରଖୁଥିବା ଶ୍ରୀ ଅଗ୍ରୱାଲ ପାଇକମାଲ, ଝାରବନ୍ଧ ଠାରେ ଶିଶୁ ମନ୍ଦିର ପ୍ରତିଷ୍ଠା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ସ୍ଥାନୀୟ ସାମାଜିକ ସଂଗଠନ ମାନଙ୍କରେ ମଧ୍ୟ ସେ ତାଙ୍କର ସକ୍ରିୟ ସହଯୋଗ ରଖିବା ସହ ଅଞ୍ଚଳରେ ଜଣେ ବନ୍ଧୁ ବତ୍ସଲ ଓ ନିଜର କର୍ମରେ ନିଷ୍ଠାବାନ ବ୍ୟକ୍ତି ଭାବେ ପରିଚିତ । ରାଜ୍ୟ ସଂଗଠନରେ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରା ଯାଇଥିବାରୁ ସେ ଭାରତୀୟ ଜନତା ପାର୍ଟିର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କର କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ମାନଙ୍କରେ ବରଗଡ, ନୁଆପଡା ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ଅଧିକ କ୍ରିୟାଶୀଳ କରାଇବାକୁ କାର୍ଯ୍ୟ କରିବେ ବୋଲି ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.