ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଠାରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଠାକୁର ଚରଣ ସାହୁ ଯୋଗ ଦେଇଥିବା ଜଣାଯାଇଛି । ଏଥି ପୂର୍ବରୁ ସେ ଭବାନୀପାଟଣା ଏବିଇଓ ଭାବରେ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ । ତାଙ୍କୁ ମ.ରାମପୁର ପ୍ରାଥମିକ ଶିକ୍ଷକ ସଂଘ, ସମସ୍ତ ସିଆର୍ସିସି ଏବଂ ଅନ୍ୟମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ସାହୁ ମ.ରାମପୁର ବ୍ଲକରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରତିଶ୍ରୁତିବଦ୍ଧ ହେଇ ସମସ୍ତେ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ।