jayashree

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ହନୁମାନପଡା ସ୍ଥିତ ଅବସରପ୍ରାପ୍ତ ରେଞ୍ଜର ସ୍ୱର୍ଗତ ଗିରୀଶ ଚନ୍ଦ୍ର ପାଢୀଙ୍କ ଧର୍ମପତ୍ନୀ ଯଶୋବନ୍ତୀ ପାଢୀଙ୍କ ଆଜି ନିଜସ୍ୱ ବାସଗୃହରେ ୮୬ ବର୍ଷ ବୟସରେ ଦେହାନ୍ତ ଘଟିଛି । ସେ ଜଣେ ଧର୍ମ ପରାୟଣା, ମିଷ୍ଟଭାଷୀ ତଥା ପରୋପକାରୀ ମହିଳା ଥିଲେ । ସେ ତାଙ୍କ ପଛରେ ଦୁଇ ପୁଅ ପ୍ରମୋଦ, ପ୍ରଦୀପ, ଦୁଇବୋହୁ, ସାତ ଝିଅ, ପତିଜ୍ୱାଇଁ ଓ ନାତିନାତୁଣୀ ତଥା ଆତ୍ମୀୟ ସ୍ୱଜନଙ୍କୁ ଛାଡି ଚାଲି ଯାଇଛନ୍ତି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ଅନେକ ବ୍ୟକ୍ତି ବିଶେଷ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ଥାନୀୟ ରାଜଘାଟି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଠ ପୁତ୍ର ଡ. ପ୍ରମୋଦ କୁମାର ପାଢୀ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.