csstore

ଏବିଇଓ ଠାକୁର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭବାନୀପାଟଣା : ସ୍ଥାନୀୟ ଗଣନାଥୁର ହାଇସ୍କୁଲରେ ଭବାନୀପାଟଣା ଏବିଇଓ ଠାକୁର ଚରଣ ସାହୁଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଶ୍ରୀ ସାହୁ ବର୍ତ୍ତମାନ ମ.ରାମୁରରେ ବିଇଓ ଭାବେ ପଦୋନ୍ନତି ପାଇଛନ୍ତି । ସେ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ବିଇଓ ଜଗନ୍ନାଥ ପୁରୋହିତ, ଏବିଇଓ ସାରଂଗଧର ମୁଣ୍ଡ, ସିଆର୍‌ସିସି ବିଶ୍ୱଜିତ ରାୟ, ଯୁବ ଗାଳ୍ପିକ ଡିଲେଶ୍ୱର ରଣା, ଶିକ୍ଷାବିତ୍ ଲୋକନାଥ ମହାକୁଡ଼, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେ.ମାଝୀ ଆଚାରୀ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରବୀନ୍ଦ୍ର ଦାସ । ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ଶିକ୍ଷକ ମନୋଜ ମହାକୁଡ଼ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରାଯାଇଥିଲା । ଏଥିରେ ଶିକ୍ଷକ ଜଗନ୍ନାଥ ଦାସ, ଧନଞ୍ଜୟ ସାହୁ, ବସୁମତୀ ସାହୁ, ଅମିତ୍ ଜେନା, ଶାନ୍ତନୁ ପଟ୍ଟନାୟକ, ଅଶୋକ ସା, ମଳୟ କରୁଆଁ, ରୀନା ମହ।ପ।ତ୍ର, ସୁଜାତା ଯୋଶୀ, ସୁନା ସୂତା ହାତୀ, ଶାନ୍ତି ରାଣୀ ଡାଲି, ନିରୁ ମାହାନ୍ତି, ମଧୁ ମାଝୀଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ସୁରେନ୍ଦ୍ର ମହାଖୁଡ଼, ନମିତା ମାଝୀ, ରଞ୍ଜିତା ମାଝୀ, ମମତା ମହାକୁଡ଼, ଅଇଁଲୀ ମାଝୀ, ସରିତା ମାଝୀ, ଇନ୍ଦୁ ମହାକୁଡ଼, କୌଶଲ୍ୟା ମହାକୁଡ଼, ବାୟାଣୀ ମହାକୁଡ଼, ଜୟନ୍ତ ମହାନଦୀ, ଗୀତା ଗଉଡ଼ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.