csstore

ଅବସରପ୍ରାପ୍ତ ଶିକ୍ଷକ ତଥା କବି ମୁରଲୀଧର ପ୍ରଧାନଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ସତୀଭଟା ଗ୍ରାମର ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ତଥା କବି ମୁରଲୀଧର ପ୍ରଧାନଙ୍କ ୯୫ ବର୍ଷ ବୟସରେ ଆଜି ଭୋର ସମୟରେ ଦେହାନ୍ତ ହୋଇ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କୋଭିଡ଼ କଟକଣା ମାନି ତାଙ୍କ ଶବ ସଂସ୍କାର କରାଯାଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ଡକ୍ଟର ମାନଭଞ୍ଜନ ପ୍ରଧାନ ମୁଖାଗ୍ନି ଦେଇଥିଲେ । ସେ ତାଙ୍କ ପଛରେ ପାଞ୍ଚ ପୁତ୍ର ମାନରଂଜନ, ବିତ୍ତ ରଂଜନ, କେଶରଂଜନ, ପ୍ରୀତି ରଂଜନ, ରବି ରଂଜନ ଓ ଏକମାତ୍ର କନ୍ୟା ପୁଷ୍ପା, ଜାମାତା ସୁବଳଙ୍କ ସମେତ ବହୁ ନାତି-ନାତୁଣୀ, ଅଣ ନାତି ନାତୁଣୀ, ପଣ ନାତି-ନାତୁଣୀ ଛାଡ଼ି ଯାଇଛନ୍ତି । ବହୁ ଜ୍ଞାତି ବନ୍ଧୁ କୁଟୁମଙ୍କ ସହ ମନୋରଂଜନ ସିଂ ବରିହା, ଭୋଜରାଜ ସିଂ ବରିହା, ଡ. ପ୍ରମୋଦ ପାଢ଼ୀ, ଡ. ବିରଞ୍ଚ ସାହୁ, ଗୋବିନ୍ଦ ପାଣିଗ୍ରାହୀ, ରାମକୃଷ୍ଣ ସାହୁ, ସୁଶାନ୍ତ ବଢ଼େଇ, କୃଷ୍ଣଚନ୍ଦ୍ର ଭୋଇ, ନନ୍ଦ କୁମାର ଦାଶ, ସଦାନନ୍ଦ ଭୋଇ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦିବଂଗତ ପ୍ରଧାନଙ୍କ ଶେଷ ଦର୍ଶନ କରିଥିଲେ । ଦିବଂଗତ ମୁରଲୀଧର ପ୍ରଧାନଙ୍କ ପରଲୋକରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.