ଭାରତର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତାମ୍ପରା ହ୍ରଦ ଓ ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫-ଟି ଉପକ୍ରମରେ ରୂପାନ୍ତର ଯୋଜନା ହୋଇଛି । ପ୍ରଥମ ପାହାଚରେ ଗଞ୍ଜାମର ବିଭିନ୍ନ ବିଦ୍ୟାଳୟ, ତା’ ସାଂଗକୁ ଜିଲ୍ଲାର ଦର୍ଶନୀୟ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ମନ୍ଦିର ସହ ବିଭିନ୍ନ ଯୋଜନା ସମୟ, ସ୍ୱଚ୍ଛତା, ଟେକ୍ନୋଲୋଜି, ଟିମ୍ ଓ୍ବାର୍କ ଏବଂ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ଅଗ୍ରସର ହୋଇଛନ୍ତି । ଏହି ଯୋଜନା ଦ୍ବାରା ଜିଲ୍ଲାର ଅନେକ ଗୁଡିଏ ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମର ପୂର୍ବ ସ୍ଥିତି କଣ ଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ରୂପାନ୍ତରୀତ ହୋଇ କିଭଳି ହୋଇଛି ସେ ସବୁ ଦିଗରେ ପରୀକ୍ଷା ନିରୀକ୍ଷା ସହ ପରଖିବା ଆଦି ସହିତ ଏହାର କାର୍ଯ୍ୟଧାରାରେ କେଉଁ ସବୁ ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ରହିଛି ସେଥି ସମ୍ପର୍କରେ ମତାମତ ଗୁଡିକ ରଖିବା ନେଇ ଗଞ୍ଜାମ ଜିଲ୍ଲାକୁ ମନ୍ତ୍ରୀ ଏବଂ ବିଧାୟକ ମାନଙ୍କର ଗସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ପନ୍ନ ହୋଇଛି । ଦୁଇଟି ପର୍ଯ୍ୟାୟରେ ମନ୍ତ୍ରୀ ଏବଂ ବିଧାୟକଗଣ ଆସି ସେ ସବୁ ଯୋଜନାମାନ ଦେଖି ସେମାନଙ୍କର ମତାମତ ଦେଇଛନ୍ତି ଏବଂ ଆଗାମୀ ଦିନରେ ଆଉ ତିନୋଟି ପର୍ଯ୍ୟାୟରେ ମନ୍ତ୍ରୀ ଓ ବିଧାୟକଗଣ ଆସି ସେମାନଙ୍କର ମତାମତ ରଖିବେ ବୋଲି ସରକାରୀ ସ୍ତରରେ ଆଲୋଚନା ହୋଇଛି । ଯାହାକି ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ସେହିସବୁ ଯୋଜନାମାନ କାର୍ଯ୍ୟକାରୀ କରିବାକୁ ଗଲାବେଳେ ସେମାନଙ୍କ ମତାମତକୁ ଦୃଷ୍ଟି ଦେଇ କାର୍ଯ୍ୟ କରାଯିବ ବୋଲି ସରକାର ବିଚାର କରିଛନ୍ତି । ଏହି ଲକ୍ଷ୍ୟନେଇ ଯେତେବେଳେ ମନ୍ତ୍ରୀ ଓ ବିଧାୟକଗଣ ଆସୁଛନ୍ତି, ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ସହିତ ଭାରତର ଅନ୍ୟତମ ପର୍ଯ୍ୟଟନ ସ୍ଥଳ ତାମ୍ପରା ହ୍ରଦ ଓ ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ନେଇ ଅନେକ ଚିନ୍ତାପ୍ରକଟ କରିଛନ୍ତି । ଏହି ଯୋଜନାକୁ ସାକାର କରିବା ଦିଗରେ ଆସିଥିବା ମନ୍ତ୍ରୀ ଓ ବିଧାୟକ ଗଣ ଏହାକୁ ସ୍ୱୀକୃତ ଦେଇଛନ୍ତି ।

Leave A Reply

Your email address will not be published.