ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କଳାହାଣ୍ଡି, (ପି କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ଗ୍ରାମ ପଞ୍ଚାୟତ ବେଲୁର ଗ୍ରାମରେ ଆଜି ସକାଳ ୮ ଟାରେ ଗ୍ରାମର ନୀଚଳ ଭୋଇ(୨୬) ବାପା ରାଧେ ଭୋଇ ନର୍ସରୀ ପାଖ ଜଙ୍ଗଲରୁ ଶାଳପତ୍ର ତୋଲୁ ଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି, ତାଙ୍କ ହାତ, ନାକ, ଆଖି ଓ ଓଠରେ ଆଘାତ ହୋଇଥିବା ଜଣାନଡିଛି । ତାଙ୍କୁ ପ୍ରଥମେ ବଲାଙ୍ଗିର ଡାକ୍ତରଖାନା ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ କରି ଚିକିତ୍ସା ହେଉଛି ବୋଲି ତାଙ୍କ ବାପା ସୂଚନା ଦେଇଥିବା ବେଳେ ସେ ଗରିବ ଶ୍ରେଣୀର ହୋଇଥିବାରୁ ଜଙ୍ଗଲ ବିଭାଗରୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.