ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ଡିଏଭି କଲେଜରେ ବୃକ୍ଷ ରୋପଣ ଓ ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଗତକାଲି ରେଳମନ୍ତ୍ରୀଙ୍କ ଟିଟିଲାଗଡ ଗସ୍ତ ଅବସରରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଡିଏଭି କଲେଜରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏଥିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ, ପୂର୍ବ ମନ୍ତ୍ରୀ ତଥା ପାଟଣା ମହାରାଜ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ । ଏହି ଅବସରରେ କଲେଜ ପରିସରରେ କଲେଜ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, ସୁଶୀଲ ପାଢ଼ୀ, ପ୍ରଣବ ପୁରୋହିତ, ସୁଦେଶ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କଲେଜ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ । ଡିଏଭି କଲେଜ ଏନ୍‌ସିସି ପକ୍ଷରୁ ଅଭିବାଦନ ଜଣାଯାଇଥିଲା । ଏହାପରେ ରେଳମନ୍ତ୍ରୀ କଲେଜ ରେଜିଷ୍ଟ୍ରରରେ ନିଜ ମନ୍ତବ୍ୟ ଲେଖିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ର କ୍ରିୟାନୁଷ୍ଠାନ କମିଟି, ଟିଟିଲାଗଡ ବିକାଶ ସେନା, ଟିଟିଲାଗଡ ଉନ୍ନୟନ ପରିଷଦ, ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ତରଫରୁ ବୃକ୍ଷ ରୋପଣ କରାଯାଇଥିଲା ।

ଏହି ସମୟରେ ସେଥିରେ ଟିଟିଲାଗଡ ଉନ୍ନୟନ ପରିଷଦ ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀ, ଆବାହକ ହରପ୍ରତାପ ଦାସ, ଉପେନ୍ଦ୍ର ବାଗ, ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ସଭାପତି ଶୁଭମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଓ ସାଂସଦଙ୍କୁ ଏକ ପାଞ୍ଚ ଦଫା ଦାବୀର ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା ଏବଂ ଦାବୀ କରାଯାଇଥିଲା ଯେ, ଟିଟିଲାଗଡରେ ସେଣ୍ଟ୍ରାଲ ସ୍କୁଲ ଶୀଘ୍ର ଆରମ୍ବ କରିବା, ନୂତନ ଯାତ୍ରୀ ବିଶ୍ରାମଗାର ସ୍ଥାପନ କରିବା, ଜାମ୍ମୁ ତାବି ଏକ୍ସପ୍ରେସକୁ ଟିଟିଲାଗଡ ଯାଏଁ ସମ୍ପ୍ରସାରଣ କରିବା, ଟିଟିଲାଗଡ ଅଣ୍ଡର ବ୍ରିଜର ଠିକ ରକ୍ଷଣାବେକ୍ଷଣ କରିବା ଏବଂ ବନ୍ଦ ହାଟପଦା ଫାଟକକୁ ପୁଣି ଥରେ ଖୋଲିବା ପାଇଁ ଦାବୀ ଜଣାଇଥିଲେ । ତେବେ ରେଳମନ୍ତ୍ରୀ ଏହାକୁ ନିଶ୍ଚିତ ବିଚାର କରିବେ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବିକାଶ ସେନା ଓ ଛାତ୍ର କ୍ରିୟାନୁଷ୍ଠାନ କମିଟି ତରଫରୁ ରେଳ ମନ୍ତ୍ରୀଙ୍କୁ ବିଶାଳ ଶୋଭାଯାତ୍ରାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ଏବଂ ଏଥିରେ କମିଟିର ଶହ ଶହ ଯୁବ ଛାତ୍ର ସାମିଲ ହୋଇଥିଲେ ।

Leave A Reply

Your email address will not be published.