oom

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ ତଥା ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀଙ୍କ ପୈ।ରହିତ୍ୟ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ପ୍ରକୃତି ପ୍ରେମ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼ଃ ପ୍ରଦୀପ ହୋତା ଯୋଗ ଦେଇ କବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ରଚନା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ବକ୍ତା ଭାବେ ଗଙ୍ଗାଧର ସାହିତ୍ୟର ଗବେଷକ ଡକ୍ଟର ରଘୁନାଥ ମେହେର ଯୋଗଦେଇ କବିଙ୍କ ସାହିତ୍ୟରେ ସାମାଜିକ ଦୃଶ୍ୟ ଉପରେ ଆଧାରିତ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାରେ ଅଶୋକ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବାଲ କିଶୋର ଖାଡଙ୍ଗା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉତ୍ତର କୁମାର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.