csstore

ଲୋଇସିଂହା ବ୍ଳକ ସଭାନେତ୍ରୀ ଭାବେ ଜୋତ୍ସ୍ନା ମନୋନୀତ

ଲୋଇସିଂହା, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ଥର ପାଇଁ ବ୍ଳକ ସଭାନେତ୍ରୀ ଭାବେ ଜୋତ୍ସ୍ନାମୟୀ ନାଗ ମନୋନୀତ ହୋଇଛନ୍ତି। ତେବେ ରାଜ୍ୟ ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଟୁକୁନି ସାହୁ, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ବିଜେଡି ସଭାନେତ୍ରୀ ଦମୟନ୍ତୀ ବାଗ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ପୂର୍ବତନ ସାଂସଦ କଲିକେଶ ନାରାୟଣ ସିଂଦେଓ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଜୋତ୍ସ୍ନା ଧନ୍ୟବାଦ ଜଣାଇଛନ୍ତି। ଶ୍ରୀମତୀ ନାଗ ଅନେକ ଲୋକଙ୍କ ସେବା ସହଯୋଗ କରି ଲୋକଙ୍କ ବହୁ ପ୍ରଶଂସା ସାଉଁଟି ସାରିଛନ୍ତି । ତାଙ୍କୁ ଦ୍ଵିତୀୟ ଥର ପାଇଁ ବ୍ଳକ ସଭାନେତ୍ରୀ ଭାବରେ ଦାୟିତ୍ୱ ଦିଆଯାଇଥିବା ବେଳେ ବୁଦ୍ଧିଜୀବୀ, ବିଜେଡି କର୍ମୀ ମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି।

jayashree
Leave A Reply

Your email address will not be published.