csstore

ପାର୍ବତୀ ଗିରି ଶ୍ରାଦ୍ଧ ଦିବସ ଓ ପୂଜ୍ୟପୂଜା ସେବା ସଂଗଠନର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଟିକ୍ରାପଡା ଦଧିବାମନ ମନ୍ଦିର ଠାରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୨୬ତମ ଶ୍ରାଦ୍ଧ ସମାରୋହ ଓ ପୂଜ୍ୟପୂଜା ସେବା ସଂଗଠନର ୧୬ତମ ପ୍ରତିଷ୍ଠା ଦିବସ ଶିକ୍ଷାବିତ କପିଳ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଧର୍ମବ୍ରତ ରଥ ଓ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଅରୁଣ ଖୁଆସ ଯୋଗ ଦେଇ ପାର୍ବତୀ ଗିରି ଜଣେ ଅସାଧାରଣ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନାଥ ମାନଙ୍କର ଆଶ୍ରୟଦାତା ବୋଲି ମତବ୍ୟକ୍ତ କରିବା ସହିତ ପୂଜ୍ୟପୂଜା ସେବା ସଂଗଠନ ନିସ୍ୱାର୍ଥପର ଭାବେ ଦୀର୍ଘ ଦିନ କାମ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ବୋଲି ମଧ୍ୟ ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ଶୁଭେନ୍ଦ୍ର ନେପାକ, ଡା. ଅଶୋକ କୁମାର ସେଠୀ, ହୃଷିକେଶ ପୁରୋହିତ, ଚୁଡେନ୍ଦ୍ର କୁମାର ବେହେରା ଓ ମଦନ ମୋହନ ରଥ ମଧ୍ୟ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ସମାରୋହକୁ ସହଯୋଗ କରିଥିଲେ ବଳିଷ୍ଠ ପଧାନ, ଦୁର୍ଗାଚରଣ ସାହୁ, ଅନୁପ୍ରିୟା ମିଶ୍ର, ଧୃବ ଚରଣ ସାହୁ । ଶେଷରେ ରଘୁନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.