csstore

ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀଙ୍କ ସହିତ ପଶ୍ଚିମାଞ୍ଚଳ ବିଜୁଳି ଶ୍ରମିକ ସଂଘର ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଟାଟା ପାୱାରର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପଶ୍ଚମାଂଚଳ ବିଜୁଳି ଶ୍ରମିକ ସଂଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କ ସମସ୍ୟା ମଧ୍ୟରେ ଟାଟା ପାୱାରରେ କାର୍ଯ୍ୟରତ ଆଉଟ ସୋସିଂ କର୍ମଚାରୀମାନଙ୍କୁ ପ୍ରତି ମାସ ପ୍ରଥମ ସପ୍ତାହରେ ଦରମା ପ୍ରଦାନ କରିବା, ଆଉଟ ସୋସିଂ କମଚାରୀମାନଙ୍କୁ ନିୟମିତ କରିବା, ବିଦ୍ୟୁତ ମରାମତି, ରକ୍ଷଣା ବେକ୍ଷଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ଆବଶ୍ୟକ ସୁରକ୍ଷା ସରଞ୍ଜାମ ଯୋଗାଇ ଦେବା, ବିଦ୍ୟୁତ ବିଭାଗରେ ଖାଲି ପଡିଥିବା ପଦବୀ ଗୁଡିକୁ ପୁରଣ କରିବା, ବିଦ୍ୟୁତ ବିଭାଗରେ ସରକାରଙ୍କ ନିୟମ ଅନୁଯାୟୀ ମୃତକ କର୍ମଚାରୀମାନଙ୍କ ଉତ୍ତରାଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବା, କ୍ଷେତ୍ର କର୍ମଚାରୀମାନଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବା, ଟାଟା ପାୱାର୍‌ର ରାଜସ୍ୱ ଆଦାୟ କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ଶ୍ରମିକ କର୍ମଚାରୀ, କିରାଣୀ, ହିସାବ ରକ୍ଷକ, ଇଞ୍ଜିନିୟର, ମ୍ୟାନେଜର ପଦବୀ ପଦୋନ୍ନତି ଆଧାରରେ ପୁରଣ କରିବା ଦାବୀ କରାଯାଇଥିଲା । ଦାବୀ ଗୁଡିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ତୁରନ୍ତ ସାମାଧାନ କରାଯିବ ବୋଲି ଟାଟା ପାୱାର ପକ୍ଷରୁ ଅଧିକ୍ଷଣ ଯନ୍ତ୍ରୀ ରଂଜନ କୁମାର ନାଏକ ପ୍ରତିଶୃତି ଦେଇଥିଲେ । ଆଲୋଚନା ବେଳେ ସଂଘର ଉପସଭାପତି ନିରଞ୍ଜନ ବିଶି, ସାଧାରଣ ସଂପାଦକ ବିଭୁତି ଶଙ୍କର ବିନ୍ଧାଣି, ବଲାଙ୍ଗିର ଡିଭିଜନ ସଂପାଦକ ଜ୍ୟୋତି ରଂଜନ ମହାନ୍ତି, ଟିଟିଲାଗଡ ଡିଭିଜନ ସଂପାଦକ ମଚିନ୍ଦ୍ର ରଣା, ସେକ୍ସନ ସଂପାଦକ ଦୁର୍ଗା ପ୍ରସାଦ ରାଓ, ହେମନ୍ତ ପ୍ରଧାନ, ବିପିନ ବିହାରୀ ଭୋଇ, ଟିଙ୍କୁ ରାଓ, ବ୍ରଜବନ୍ଧୁ ବାଗ, ପ୍ରଦୀପ ଡାକୁଆ, ଜ୍ୟୋତି ରଂଜନ ମିଶ୍ର, ଚନ୍ଦ୍ରଭାନୁ ବେହେରା, ମନରଂଜନ ଓଝା, ଦୁଃଖନାଶନ ଶବର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.