csstore

ସମାଜସେବୀଙ୍କ ଅନୁରୋଧ ରକ୍ଷା କରି ଚିକିତ୍ସା ଯୋଗାଇ ଦେବାକୁ ପ୍ରତିଶୃତି ଦେଲେ ସବ୍ୟସାଚୀ ମିଶ୍ର


କଳାହାଣ୍ଡି, (କେପିଏନ୍‌ଏସ୍‌) : ତିନି ଝିଅ ଏବଂ ସ୍ତ୍ରୀଙ୍କୁ ଧରି ଧର୍ମଗଡ଼ ବ୍ଲକ ତାରାପୁର ପଞ୍ଚାୟତ ତାରାପୁର ଗାଁରେ ହସଖୁସିରେ ଚାଲିଥିଲା ଚୌବନ ଚଣ୍ଡୀଙ୍କ ପରିବାର । ଅତି କଷ୍ଟରେ କୁଳି ମଜୁରୀ କରି ପରିବାର ମୁହଁରେ ଆହାର ଦିଅନ୍ତି ଚୌବନ । ହେଲେ ଆଠ ବର୍ଷର ସାନ ଝିଅ ସସ୍ମିତାଙ୍କ ନାକରେ ଏକ ମାଂସ ପିଣ୍ଡୁଳା ରହିଥିଲା । ବୟସ ବଢିବା ସାଙ୍ଗକୁ ତାହା ବଢ଼ିବାରେ ଲାଗିଛି । ଗରିବ ପରିବାର ଘରେ ଯାହା ଅର୍ଥ ସମ୍ବଳ ଥିଲା ତାହାକୁ ନେଇ ଝିଅର ଚିକିତ୍ସା ପାଇଁ ଧର୍ମଗଡ଼ ହସ୍ପିଟାଲରେ ଦେଖାଇବା ପରେ ସର୍ଜରୀ ପାଇଁ କଟକ ରେଫର କରିଥିଲେ । କଟକରେ ଯାଇ ପ୍ରାୟ ୧୦ଦିନରୁ ୧୫ ଦିନ ରହିବା ପରେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ସର୍ଜରୀ ପାଇଁ କୌଣସି ବ୍ୟବସ୍ଥା ନ କରିବାରୁ ଘରକୁ ଫେରି ଆସିଥିଲେ । ସସ୍ମିତା ମୁହଁରେ ମାଂସ ପିଣ୍ଡୁଳା ବଢ଼ୁ ଥିବାରୁ ତାକୁ ରାସନ ମଧ୍ୟ ମିଳୁନାହିଁ । ଏ ସମ୍ପର୍କରେ ଜାଣିବା ପରେ ସେଠାକାର ସ୍ୱେଚ୍ଛାସେବୀ ଲବଣି ରାଉତ ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣେଇଥିଲେ । ତେବେ ଏହି ଖବର ପାଇବା ପରେ ତାଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ସିନେ ତାରକା ସବ୍ୟସାଚୀ ମିଶ୍ରଙ୍କୁ ଜଣେଇ ସସ୍ମିତାକୁ ଶୀଘ୍ର ଅପରେସନ କରିବାପାଇଁ ନିବେଦନ କରିଥିଲେ ସମାଜସେବୀ ଯଶୋବନ୍ତ । ସମସ୍ୟା ଜାଣିଲାପରେ ସିନେ ତାରକା ସବ୍ୟସାଚୀ ସସ୍ମିତାକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅପରେସନର ବ୍ୟବସ୍ଥା କରାଯିବ ବୋଲି କହିବା ସହ ପରିବାର ସହିତ କଥା ହୋଇ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି ସମାଜସେବୀ ଯଶୋବନ୍ତ ରଣାଙ୍କୁ ଟ୍ୱିଟର ଯୋଗେ ଜଣେଇଛନ୍ତି । ଯଶୋବନ୍ତ ରଣାଙ୍କ ଅନୁରୋଧକୁ ରକ୍ଷାକରି ସହଯୋଗ କରିବାପାଇଁ ପ୍ରତିଶୃତି ଦେଇଥିବାରୁ ସବ୍ୟସାଚୀଙ୍କୁ ଯଶୋବନ୍ତ ଧନ୍ୟବାଦ ଜଣେଇଛନ୍ତି

jayashree
Leave A Reply

Your email address will not be published.