ଗଞ୍ଜାମ ଜିଲ୍ଲାର ଘୁମୁସର ପାଇକ ବିଦ୍ରୋହ, ବେଲଗୁଣ୍ଠା, ପାରଳାଖେମୁଣ୍ଡିର ସ୍ୱାଧୀନତା ସଂଗ୍ରାମୀଙ୍କ ପଦଧ୍ଵନିର ଇତିହାସ ଏବେବି ଗୁଞ୍ଜରିତ ସୃଷ୍ଟି କରେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତବର୍ଷକୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରିବା ପାଇଁ ସ୍ୱାଧୀନତା ସଂଗ୍ରାମ ଜାରୀ ରହିଥିଲା । ତେବେ ଗଞ୍ଜାମ ଜିଲ୍ଲାର ଘୁମୁସର ଖଣ୍ଡ ଅଞ୍ଚଳର ପାଇକ ବିଦ୍ରୋହ, ବେଲଗୁଣ୍ଠା, ପାରଳାଖେମୁଣ୍ଡି ଅଞ୍ଚଳରେ ସ୍ଵାଧୀନତା ସଂଗ୍ରାମୀ ଓ ପାଇକମାନଙ୍କ ବିଦ୍ରୋହ ତଥା ସ୍ଵାଧୀନତାର ପଦଧ୍ଵନି ଏବେ ବି ଇତିହାସରେ ଗୁଞ୍ଜରିତ ସୃଷ୍ଟି କରେ । ଏହି ଜିଲ୍ଲାର ଭଞ୍ଜକବି, ବଳଦେବ, ଗୋପାଳ କୃଷ୍ଣ ପଟ୍ଟନାୟକଙ୍କ ଭଳି ମହାକବିଙ୍କ ସ୍ୱର, ଲେଖନୀ ଜନମାନସକୁ ମହତପୂର୍ଣ୍ଣ ଅବଦାନ ଦେଇଛି । ଦିବାକର ପଟ୍ଟନାୟକ, ଶଶୀଭୂଷଣ ରଥ, ବିଶ୍ୱନାଥ, ଦାସ, ବିଜୁ ପଟ୍ଟନାୟକ, ଲିଙ୍ଗରାଜ ପାଣିଗ୍ରାହୀ, ବିନାୟକ ଆଚାର୍ଯ୍ୟ, ରାଷ୍ଟ୍ରପତି ଭି.ଭି.ଗିରିଙ୍କ ଭଳି କୃତୀ ସନ୍ତାନଙ୍କ ଜନ୍ମଲାଭ ହୋଇଥିବା ଏହି ପବିତ୍ର ଗଞ୍ଜାମ ଭୂମି ଆଜି ଚିର ନମସ୍ୟ । ସେହି ମହାତ୍ମାମାନଙ୍କ ଉଦ୍ଦେଶ୍ୟରେ ମୋର ଭକ୍ତିପୂତ ସମ୍ମାନ ସହ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି ବୋଲି ମାନ୍ୟବର ଶିଳ୍ପ, ଖଣି ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ ଯୋଗଦେଇ ସମବେତ ଜନତାଙ୍କୁ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଗଞ୍ଜାମ ଜିଲ୍ଲାସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ସମାରୋହ ଅବସରରେ ମାନ୍ୟବର ମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ବିଗତ ବର୍ଷ ଭଳି କୋରନା ଲହରିରେ ନିଜକୁ ବାଜି ଲଗାଇ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିବା ଆଉ କିଛି ଜଣ ବ୍ୟକ୍ତି ବିଶେଷ, କେତେଜଣ ପଦାଧିକାରୀ, ସଦରମହକୁମା ଛତ୍ରପୁର ସହ ସଂଶ୍ଲିଷ୍ଟ ଥିବା ଗଣମାଧ୍ୟମ ପ୍ରତିନିଧି ତଥା ସର୍ବମୋଟ ୨୯ ଜଣସାମ୍ବାଦିକଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସୋନମ୍ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲାର ବିଭିନ୍ନ ବର୍ଗରବହୁ ପଦାଧିକାରୀ ଗଣ୍ୟମାନ୍ୟ ଅତିଥି ଯୋଗଦେଇଥିଲେ ।

Leave A Reply

Your email address will not be published.