csstore

ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଯୁବ ସଂଗଠକ ବିପିନ ବରିହା ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ଦେଶ ମାତୃକାର ସେବାରେ ସମର୍ପିତ ହୋଇ ଦେଶ ପାଇଁ ଜୀବନ ଦେଇ ଥିବା ସଂଗ୍ରାମୀ ମାନଙ୍କ ସ୍ମୃତିଚାରଣ କରିଥିଲେ । ଗାଁର ଉନ୍ନତି ଦିଗରେ ସମସ୍ତେ ଆଗେଇ ଆସିବାକୁ ଯୁବକ ମାନଙ୍କୁ ଆହ୍ୱାନ କରିଥିଲେ । ଏଥିରେ ଯୁବକ ସଂଘ ସଭାପତି ଘାସିରାମ ମଲ୍ଲିକ, ସଂପାଦକ ଜଗନ୍ନାଥ ବରିହା, ନିମାଇଁ ଚରଣ ଷାଣ୍ଢ, ସାମ୍ବାଦିକ ଗୋରେଖନାଥ ବରିହା, ଶୁଶାନ୍ତ ରାଉତ, ଅନିରୁଦ୍ଧ ବରିହା, ଶିବା ନାଏକ, ନୀତିଶ ମଲିକ, ଗଙ୍ଗାଧର ପୁଟେଲ, ଆନନ୍ଦ ପୁଟେଲ, ପଦ୍ମନ ପୁଟେଲଙ୍କ ସମେତ ଯୁବକ ସଂଘର କର୍ମକର୍ତ୍ତା ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.