ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆରେ ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ କୋଭିଡ କଟକଣା ନିୟମ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଦାୟିତ୍ଵରେ ଥିବା ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟ ଅତିଥି, ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁ, ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପାଟଣାଗଡ଼ ଡ଼ାକ୍ତରଖାନା ଓ ଘସିଏନ୍ ଡାକ୍ତରଖାନାର ଡାକ୍ତରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଉପଖଣ୍ଡର ବିଭିନ୍ନ ଅଫିସର ପଦାଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ।