csstore

୭୫ ସ୍ୱାଧୀନତା ଦିବସରେ ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଉଦ୍ଦେଶ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଏନ୍.ଏ.ସି ଅଧ୍ୟକ୍ଷ ତଥା ବିଜୁ ଜନତା ଦଳ ପଦ୍ମପୁର ଏନ୍.ଏ.ସି ସଭାପତି ପ୍ରୀତମ ମେହେର, ସମ୍ମାନିତ ଅତିଥି ଭାବେ ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟାପକ ଡ଼.ବିରଞ୍ଚି ସାହୁ, ପ୍ରକୃତି ପ୍ରେମୀ ମୀନକେତନ ସାହୁ, ଦେବାଶିଷ ପଟ୍ଟନାୟକ, ଶିବାଶିଷ ପଟ୍ଟନାୟକ । ବିଜୁ ଛାତ୍ର ଜନତା ଦଳ ବରଗଡ଼ ଜିଲ୍ଲା ଉପସଭାପତି ନୀଳାମ୍ବର ଦୀପ, ପଦ୍ମପୁର ଏନ୍.ଏ.ସି ସଭାପତି ରୋହିତ ସେଠ, ରାଜବୋଡ଼ାସମ୍ବର ବ୍ଲକ୍ ସଭାପତି ଲୋକନାଥ ମେହେର, ଡିଜିଟାଲ କୋଡିନେଟର ରାଜେଶ କୁମାର ଲୋହାର ଏବଂ ବିଜୁ ଛାତ୍ର ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.