ଟିଟିଲାଗଡ ପୋଲିସ ଷ୍ଟେସନର ୧୨ଜଣ ଅଧିକାରୀ କରୋନା ଯୋଦ୍ଧା ଭାବେ ସମ୍ମାନିତ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପାଳିତ ହୋଇଥିବା ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ଵାରା କରୋନା ଯୋଦ୍ଧା ଭାବେ ଟିଟିଲାଗଡ ପୋଲିସ ଷ୍ଟେସନର ୧୨ ଜଣ ଅଧିକାରୀଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଛି । ମହାମାରୀ କରୋନା ସମୟରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ ରଖିଥିବାରୁ ସୂଚନା ଓ ଲୋକ ସଂପର୍କ ବିଭାଗ ଓ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ତରଫରୁ କରୋନା ଯୋଦ୍ଧା ଭାବେ ଉପଜିଲ୍ଲାପାଳ ଅଧିକାରୀମାନଙ୍କୁ ସମ୍ମାନିତ କରିଛନ୍ତି । ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଏସ୍‌ଆଇ ମୋହିନୀ ମଲ୍ଲିକ, ଏସ୍‌ଆଇ ହେମକାନ୍ତୀ ଛତ୍ରିଆ, ଏଏସ୍‌ଆଇ ଖାମଶିଂ ମାଝୀ, ହବଲଦାର ଅରବିନ୍ଦ ଖମାରୀ, ଗୀତାଞ୍ଜଳି ନାୟକ, ଅଞ୍ଜନ ପ୍ରଧାନି, ଗୃହରକ୍ଷୀ ବିଭାଗ ପ୍ଲାଟୁନ କମାଣ୍ଡର ଗୁଲାମ ସାହୁ, ଗୃହରକ୍ଷୀ ଭ୍ରମର ସାହୁ, ଗୃହରକ୍ଷୀ ନଟୁ ଭରାସାଗର, ଗୃହରକ୍ଷୀ ଜଗନ୍ନାଥ ସାହୁ, ଭମରାମ ବେହେରା ପ୍ରମୁଖଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରିଛନ୍ତି ।

Leave A Reply

Your email address will not be published.