csstore

ବ୍ଳକର ବିଭିନ୍ନ ସ୍ଥାନରେ ୭୫ ତମ ସ୍ୱାଧୀନତା ଦିବସ ପାଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ୭୫ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ସ୍ଥାନୀୟ ଥାନା କାର୍ଯ୍ୟାଳୟ ପରିସରରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ଆମ୍ବପାଲି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବିଜୟ ବାଗ, ଘୁନସର ପଞ୍ଚାୟତରେ ସରପଞ୍ଚ ଦ୍ରୋପଦୀ ବେହେରା, ସ୍ଥାନୀୟ ଡାକ୍ତରଖାନାରେ ସୁବନ୍ତ ନାଗ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଯୋଗେଶ୍ୱର ଧରୁଆ ପତାକା ଉତ୍ତୋଳନ କରିଥିବା ବେଳେ ସ୍ଥାନୀୟ ରମେଶ ସିଂ ଭୋଇ ଷ୍ଟାଡିୟମରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଦେବାଶିଷ ସାମଲ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ, ସରପଞ୍ଚ ଭୀମ ସେନ ସ୍ୱାଇଁ, ଆଇନଜୀବୀ ମାନଭଂଜନ ପାଣିଗ୍ରାହୀ, ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର ସାହୁ, ସମାଜସେବୀ ଶ୍ରୀକିସନ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, କବି ସୁବାଷ ରଥଙ୍କ ସମେତ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର, ହିରୋ ଗଡ଼ତିଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ମଞ୍ଚକୁ ପରିଚାଳନା କରିଥିଲେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ଓ ଜାତୀୟ ସଙ୍ଗୀତଗାନରେ ସହଯୋଗ କରିଥିଲେ ଶିକ୍ଷକ ନାରାୟଣ ଜାଲ । ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ବ୍ଳକର ବିଭିନ୍ନ ସ୍ଥାନରେ ପାଳନ କରାଯାଇଥିଲା ।

jayashree
Leave A Reply

Your email address will not be published.