csstore

ବିଜେପି ମହିଳା ମୋର୍ଚ୍ଚା ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସହରର ଟିକ୍ରାପଡା ଠାରେ ଜିଲ୍ଲା ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ୱରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଥିବା ବେଳେ ସହରର ୱାର୍ଡ ନଂ.୪ ଠାରେ ମହିଳା ମୋର୍ଚ୍ଚାର ସଦସ୍ୟା ରଞ୍ଜିତା ପାଣିଗ୍ରାହୀଙ୍କ ନେତୃତ୍ୱରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ସଞ୍ଜୁ ନାୟକ, କଲ୍ୟାଣୀ ଆଡବାଙ୍କ, ଫିରୋଜା ବିବି, ବାସନ୍ତୀ ଜେନା, ସସ୍ମିତା ବେହେରା, ଅନୁସୟା ବେଜ, ଅନିତା ମିଶ୍ର, ସୌଦାମିନୀ ମିଶ୍ର, ଗାୟତ୍ରୀ ମହାପାତ୍ର, ଅରୁଣ ବାଗ, ନୀଳାଦ୍ରୀ, ସନ୍ତୋଷ ସାହୁ, ଲଳିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ, ଜୟଶ୍ରୀ ଆଚାର୍ଯ୍ୟ, ତ୍ରିବେଣୀ ନାୟକ, ରୀନା ମିଶ୍ର, ତୃପ୍ତି ନାୟକ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.