ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟାଇଗର ୟୁଥ୍‌ କ୍ଲବ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅବସାରପ୍ରାପ୍ତ ଉଦ୍ୟାନ ବିଭାଗ ଅଧିକାରୀ କେଶବ ଚନ୍ଦ୍ର ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଟାଇଗର ୟୁଥ୍‌ କ୍ଲବ ତରଫର ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ଏଥିରେ ପାର୍ଥ, ସୁଶାନ୍ତ, ସୁଶିଲ, ଦେବରାଜ, ସୁରେଶ, ସନ୍ତୋଷ, ବାବୁ, ହରି, ବାପୁ, ଟୁକ, ସୁବ୍ରତ, ଅନନ୍ତ, ଦେବା, ପପୁନ, ଆଲୋକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.