ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢ଼ାଉ : ୪୦ ଲିଟର ଖୋଲା ମଦ ସହ ୧୧ କ୍ୱିଣ୍ଟାଲ ମହୁଳ ପୋଚ ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକର ମୁକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଗାଁରେ ବଲାଙ୍ଗିର ଅବକାରୀ ମୋବାଇଲ ୟୁନିଟ ଚଢ଼ାଉ କରି ମଦ ସହ ମହୁଳ ପୋଚ ଜବତ କରିଥିବା ଜଣାପଡିଛି । ଗୁରୁବାର ଦିନ କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ମୋବାଇଲ ୟୁନିଟ ଥାଳବନ୍ଧ ଗାଁ ଜଙ୍ଗଲ ଭିତରେ ଚାଳୁଥିବା ଖୋଲା ମଦ ରନ୍ଧା ସ୍ଥାନରେ ଚଢ଼ାଉ କରିଥିଲେ । କିନ୍ତୁ ମଦ ରାନ୍ଧୁଥିବା ଲୋକ ଆଗୁଆ ଖବର ପାଇ ମଦ ଓ ରନ୍ଧା ସାମଗ୍ରୀକୁ ଛାଡି ଫେରାର ହୋଇଯାଇଥିଲେ । ଅବକାରୀ ବିଭାଗ କେବଳ ୪୦, ଲିଟର ଖୋଲା ମଦ ସହ ମଦ ରନ୍ଧା ବ୍ୟବହାର ହେବାକୁ ଥିବା ମହୁଳ ପୋଚ, ଗଞ୍ଜ ଓ ଅନ୍ୟ ସାମଗ୍ରୀକୁ ଜବତ କରି ଫେରିଛନ୍ତି । ଅବକାରୀ କେସ ନମ୍ବର ୨୪ରେ ଏକ ମାମଲା ରୁଜୁ ହୋଇଛି । ଏହି ଚଢ଼ାଉରେ ଅବକାରୀ ପୁଲିସର ପି. କେ ପଣ୍ଡା, ପି. କେ ପଟେଲ, ଜେ. ଷଡଙ୍ଗୀ, ଆର. ମଲ୍ଲିକ ସାମିଲ ଥିଲେ ।

Leave A Reply

Your email address will not be published.