ବିଶିଷ୍ଟ ଜ୍ୟୋତିଷ ବିଶାରଦ, କବିରାଜ ତଥା ସାଧକ ପଣ୍ଡିତ କାର୍ତ୍ତିକେଶ୍ଵର ରାୟଙ୍କ ଦେହାନ୍ତ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ଚଙ୍ଗରିଆ ଗ୍ରାମ ବିଶିଷ୍ଟ ଜ୍ୟୋତିଷ ବିଶାରଦ କବିରାଜ ତଥା ସାଧକ ପଣ୍ଡିତ କାର୍ତ୍ତିକେଶ୍ଵର ରାୟ( ୬୭)ଙ୍କ ପରଲୋକ ହୋଇଯାଇଛି । ସ୍ଵର୍ଗତ ରାୟ ଜଣେ ଜ୍ୟୋତିଷ ବିଶାରଦ କବିରାଜ ତଥା ସାଧକ ପଣ୍ଡିତ ବୋଲି ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ଦୈବୀ ଶକ୍ତି ବଳରେ ଅନେକ ମାନସିକ ବିକୃତି ମସ୍ତିଷ୍କ ବ୍ୟକ୍ତିକୁ ଭଲ କରିବା ସହ ଜ୍ୟୋତିଷ ଶାସ୍ତ୍ର ବେଶ ପାରଙ୍ଗମ ଥିଲେ । ସ୍ୱର୍ଗତ ରାୟ ଜଣେ ଉଚ୍ଚ ଶିକ୍ଷିତ ଏବଂ ଜ୍ୟୋତିଷ ଶାସ୍ତ୍ରରେ ବିଏ କୋବିଦ ହାସଲ କରିଥିଲେ । ସେ ପୁରୀ ମୁକ୍ତି ମଣ୍ଡପର ଜଣେ ସକ୍ରିୟ ସଦସ୍ୟ ଥିଲେ । ସେ ନୈଷ୍ଠିକ ଭାବେ ଦୈବୀ ସାଧନା କରୁଥିଲେ । ସେ କାହିରି ଘରେ କି ବାହାର ଖାଦ୍ୟ ଖାଉନଥିଲେ ବୋଲି ପରିବାର ଲୋକେ କହିଛନ୍ତି । ସ୍ଵଗର୍ତ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଶୁକ୍ରବାର ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ପୁଅ, ବୋହୂ, ଝିଅ, ନାତି, ନାତୁଣୀ, ଜ୍ୱାଇଁକୁ ଛାଡି ଚାଲିଯାଇଛନ୍ତି । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୁସିଲ କୁମାର ଗୁରୁ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କର ବଡ଼ ପୁଅ ମୂଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.