csstore

କର୍କଟ ରୋଗୀ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠରୁ ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅର୍ନ୍ତଗତ ଡେଲାଙ୍ଗ କୋଠବାଡ ପଂଚାୟତ ବେନୁପଡା ଗ୍ରାମର ୭୫ବର୍ଷର ବୃଦ୍ଧା ଶୋଭା ପ୍ରଧାନ ଆଜକୁ ୩ବର୍ଷ ହେବ ମୁଖ କର୍କଟ ରୋଗରେ ଗୁରୁତର ଆକ୍ରାନ୍ତରେ ପୀଡିତ ରହିଛନ୍ତି । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାରେ ଅସମର୍ଥ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଅବଗତ ହେବା ପରେ, ତାଙ୍କ ନିର୍ଦ୍ଦେଶରେ ଆଜି ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଆଇଆଇସି ରଶ୍ମି ରଜଂନ ପଟ୍ଟନାୟକ ପ୍ରମୁଖ ପ୍ର୍ରଶାନିକ ଅଧିକାରୀ ଶୋଭାଙ୍କ ନିକଟରେ ପହଞ୍ଚିି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତିି ।

jayashree
Leave A Reply

Your email address will not be published.